ମା’ ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା, ରାତ୍ରୀ ଜଗୁଆଳି ସହ ୬ ଜଣ ଗିରଫ

Published By : Prameya-News7 Bureau | November 14, 2024 IST

ବ୍ରହ୍ମପୁର: ପୁରୁଷୋତ୍ତମପୁର ମା’ ତାରାତାରିଣୀ ମନ୍ଦିରରୁ ଚୋରି ଘଟଣାରେ ରାତ୍ରୀ ଜଗୁଆଳି ସହ ୬ ଜଣ ଗିରଫ। ଚୋରିରେ ବ୍ୟବହୃତ ସାମଗ୍ରୀ ସହ ରବୀନ ରଣଙ୍କ ଠାରୁ ୧୮ ହଜାର ଟଙ୍କା, ଅମୁଲ୍ୟ ରଣାଙ୍କ ଠାରୁ ୨୧ ହଜାର ଟଙ୍କା ଜବତ  ହୋଇଛି। ଗିରଫ ସମସ୍ତ ଅଭିଯୁକ୍ତ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ହୋଇଥିବା ଜଣା ଯାଇଛି। 

ଗିରଫ ଅଭିଯୁକ୍ତ ମାନେ ହେଲେ ରାତ୍ର ଜଗୁଆଳୀ କାଳିଆ ଦାସ, ବଳିଆ ନାୟକ ଏବଂ ସେବାୟତ ଅମୂଲ୍ୟ ରଣା, ବିକାଶ ରଣା, ଗୌତମ ରଣା ଓ ରବୀନ କୁମାର ରଣା । ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ରୁପା ଅଳଙ୍କାର ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ସେ ନେଇ ଅଧିକ ତଦନ୍ତ ଚାଲିଥିବା ପୁରୁଷୋତ୍ତମପୁର ଏସ ଡ଼ି ପି ଓ କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ନଭେମ୍ବର ୫ ତାରିଖ ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ମା'ଙ୍କ କବାଟ ଭାଙ୍ଗି ରୁପା କିରିଟି, ରୁପା ଛତ୍ର, ସହ ଅନ୍ୟାନ୍ୟ ଜିନିଷ ଚୋରି କରିନେଇଥିଲେ। ହୁଣ୍ଡି ଭାଙ୍ଗି ବି ଟଙ୍କା ଲୁଟ କରିନେଇଥିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଏସଡିପିଓ ଓ ପୋଲିସର  ତଦନ୍ତ ଜାରି ରହିଥିଲା। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.