ଭୁବନେଶ୍ବର ୧୨।୧୧: ବରିଷ୍ଠ ବିଜେଡ଼ି ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ କାଉଣ୍ଟର କଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ । ସ୍ଵାଗତ । କିନ୍ତୁ ବିଜେଡ଼ି ଦଳ ରହିଲେ ତ । ବିଜେଡ଼ିର ଆୟୁଷ ବହୁତ କମ୍ । ଏବେ ତ ବିଜେଡ଼ି ସାଲାଇନ ଓ ICUରେ ଅଛି । ଦଳ ଯେହେତୁ ଭାଙ୍ଗିଯାଉଛି ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି । ନେତୃତ୍ୱ କାହିଁ ? ବିଜେଡ଼ି ତ ଲିଜ୍ରେ ଚାଲିଥିଲା । କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଲେ । କୌଣସି କର୍ମୀ କଥା ରହିଲାନି ବୋଲି ଜୟନାରାୟଣ କହିଛନ୍ତି ।
ସରକାରୀ ଅଧିକାରୀ ବଦଳି ଓ ପୋଷ୍ଟିଂ ପାଇଁ ଚାପ ପକାଉଥିବା ନେଇ ଜୟନାରାୟଣ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ସବୁବେଳେ ଅଫିସର ମାନେ ସୁବିଧା ଜାଗାରେ ରହିବାକୁ ଚାହାନ୍ତି । ବିଜେଡ଼ି ସମୟରେ ତ ଦଳ ନଥିଲା । ଜନ ପ୍ରତିନିଧି ମାନଙ୍କ ଦ୍ଵାରା କିଛି ହଉ ନଥିଲା । ଏବେ ସେମାନେ ଇର୍ଷା କରୁଛନ୍ତି ଯେ, ନେତାଙ୍କ ଗୁରୁତ୍ଵ ବଢିଛି । ଜାନକୀ ବାବୁଙ୍କ ସମୟରୁ ଅଫିସରଙ୍କୁ ନିଜ ପାଖରେ ରଖିବାକୁ ଚାପ ପଡୁଥିଲା । ସୁପ୍ରିମକୋର୍ଟ କହିଛନ୍ତି ପ୍ରତ୍ୟେକ ବିଧାୟକ ଓ ସାଂସଦଙ୍କ ଅଧିକାର ଅଛି ଭଲ ଅଫିସରଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀକୁ ନେବା ପାଇଁ । ଦକ୍ଷ ଅଫିସର ମାନଙ୍କୁ ନିଜ ପାଖରେ ରଖିବାକୁ କିଏ ନ ଚାହିଁବ । ଆମେ ବି ସେଭଳି ଅଫିସରଙ୍କୁ ଖୋଜୁ ବୋଲି ଜୟନାରାୟଣ କହିଛନ୍ତି ।
You Can Read:
ବାଣ ବିସ୍ଫୋରଣ ଘଟଣାର ଚାଲିଛି ତନାଘନା : ଘର ସାମ୍ନାରେ ଥିବା ଅନ୍ୟ ଏକ ଘରେ ରହିଛି ବସ୍ତା ବସ୍ତା ବାରୁଦ