ରାଜ୍ୟ କର୍ମଚାରୀଙ୍କୁ ଦୀପାବଳି ଭେଟି, ୩% DA ବଢ଼ାଇଲେ ସରକାର

Published By : Prameya-News7 Bureau | October 21, 2024 IST

ନୂଆଦିଲ୍ଲୀ: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି। ବୁଧବାର ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୩ ପ୍ରତିଶତ ବଢାଇଛନ୍ତି । ମହଙ୍ଗା ଭତ୍ତାରେ ଏହି ବୃଦ୍ଧି ସହ ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୫୦%ରୁ ବଢ଼ି ୫୩% ହୋଇଛି । ଏବି ବୃଦ୍ଧି ପିଛିଲା ଭାବରେ ଜୁଲାଇରୁ ଲାଗୁ ହେବ । ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ।  ଏହା ଦ୍ୱାରା ପ୍ରାୟ ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।

ସୂଚନାଥାଉକି, ଏହା ପୂର୍ବରୁ ଗତ ସପ୍ତାହରେ କେନ୍ଦ୍ର ସରକାର ମଧ୍ୟ ନିଜ କର୍ମଚାରୀଙ୍କ ଡିଏରେ ବୃଦ୍ଧି ହୋଇଥିଲା। କେନ୍ଦ୍ରୀୟ କର୍ମଚାରୀଙ୍କୁ ଡିଏ ଏବଂ ପେନସନଭୋଗୀଙ୍କୁ ଡିଆର୍ ମିଳେ । ବର୍ତ୍ତମାନ ସୁଦ୍ଧା ଡିଏ ମୂଳ ବେତନର ୫୦ ପ୍ରତିଶତ ମିଳୁଥିଲା । ଆଜିର ଘୋଷଣା ପରେ ଏହା ୫୩ ପ୍ରତିଶତ ହୋଇଛି । ଅନେକ ଦିନରୁ ଡିଏ ବୃଦ୍ଧି ହୋଇନଥିଲା । ତେଣୁ ଦୀପାବଳି ପୂର୍ବରୁ ସରକାର ଡିଏ ବଢାଇ ପାରନ୍ତି ବୋଲି କୁହାଯାଉଥିଲା । ଏହା ପୂର୍ବରୁ ୨୦୨୪ ମାର୍ଚ୍ଚରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବଢାଇଥିଲେ । 

ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AICPI) ଆଧାରରେ ସ୍ଥିର କରାଯାଇଥାଏ । ସାଧାରଣତଃ କେନ୍ଦ୍ର ସରକାର ବର୍ଷରେ ଦୁଇ ଥର, ଜାନୁଆରୀ ଏବଂ ଜୁଲାଇରେ ଡିଏରେ ସଂଶୋଧନ କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.