ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ହାଇଦ୍ରାବାଦରେ ତିଆରି ହେବ ମନମୋହନ ସିଂହଙ୍କ ପ୍ରତିମୂର୍ତ୍ତି

Published By : Prameya-News7 Bureau | December 30, 2024 IST

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ବଡ଼ ଘୋଷଣା । ହାଇଦ୍ରାବାଦର ଫାଇନାନ୍ସିଆଲ ଡିଷ୍ଟ୍ରିକ୍ଟରେ ତିଆରି ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରତିମୂର୍ତ୍ତି। ତେଲେଙ୍ଗାନା ବିଧାନସଭାରେ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଅବସରରେ ଏହି ଘୋଷଣା କରିଛନ୍ତି ରେବନ୍ତ। ଆହୁରି ମଧ୍ୟ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ସେନେଇ ସବୁ ବିଧାୟକଙ୍କ ପରାମର୍ଶ ମଧ୍ୟ ଲୋଡ଼ିଛନ୍ତି ରେବନ୍ତ। ଗତ ସପ୍ତାହରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ ହୋଇଥିଲା। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ତେଲେଙ୍ଗାନା ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂହଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ ପ୍ରସ୍ତାବ ମଧ୍ୟ ପାରିତ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୧୪ରେ ନୂଆ ରାଜ୍ୟ ଭାବେ ତେଲେଙ୍ଗାନା ଗଠନରେ ମନମୋହନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶକୁ ଆର୍ଥିକ ଏବଂ ସାମାଜିକ ଭାବରେ ମଜଭୁତ କରିବାରେ ଧ୍ୟାନ ଦେଉଥିଲେ। ଏଥିପାଇଁତ’ ସେ ଆର୍ଥିକ ଏବଂ ରାଜନୀତିରେ ଜଣେ ରୋଲ ମଡେଲ ଭାବରେ ପରିଚିତ । 

ମନମୋହନ ସିଂହଙ୍କ କାର୍ଯ୍ୟକାଳ ସମୟରେ ଆସିଥିବା ଯୋଜନା କଥା କହି ସିଏମ ରେଡ୍ଡୀ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମୟରେ ୨୦୧୩ରେ ଭୂମି ଅଧିଗ୍ରହଣ ଅଧିନିୟମ କରାଯାଇଥିଲା । ଯାହା ଭୂମିହୀନ ଗରିବଙ୍କୁ ଲାଭ ଦେବା ପାଇଁ ଉଦ୍ଦିଷ୍ଟ ଥିଲା। ସେ ୨୦୦୬ରେ ବନ ଅଧିକାରୀ ଅଧିନିୟମ ଆଣିଥିଲେ। ଏଭଳି ମହାନ ମାନବତାବାଦୀ ନେତୃତ୍ବକୁ ହରାଇବା ଦୁର୍ଭାଗ୍ୟପୂର୍ଣ୍ଣ। ସେ ଯେଉଁ ଉଦାରବାଦୀ ନୀତି ଆଣିଥିଲେ ତାହା ଦେଶର ଦିଗ ପରିବର୍ତ୍ତନ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.