ଆଠଗଡ଼ ୮।୧୧: କଟକ ଗୁରୁଡ଼ିଝାଟିଆ ପୋଲିସ ପକ୍ଷରୁ ଚୋରା ବାଇକ୍ ରାକେଟ୍ ଠାବ ହୋଇଛି । ୭ ଚୋରା ବାଇକ୍ ଉଦ୍ଧାର କରିବା ସହ ଜଣକୁ ଗିରଫ କରିଛି । ଗିରଫ ଜଣକ ହେଲେ ନୟାଗଡ଼ ଜିଲ୍ଲା ମଧ୍ୟାକାଛ ଗାଁର ୨୬ ବର୍ଷ ବୟସ୍କ ରିତେଶ ପ୍ରଧାନ । ଘଟଣାର ଅନ୍ୟ ଦୁଇ ମାଷ୍ଟର ମାଇଣ୍ଡ ଚମ୍ପଟ ମାରିଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଛନଭିନ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଲିଙ୍ଗାପଦା ଗ୍ରାମର ନିରାକାର ସାହୁଙ୍କ ଘର ବାରଣ୍ଡାରେ ରଖିଥିବା ତାଙ୍କ ବାଇକଟି ଚୋରି ହୋଇଥିବା ଅଭଯୋଗ କରିଥିଲେ । ପରେ ଏହି ଚୋରି ରାକେଟର ପର୍ଦ୍ଦାଫାଶ କରିଥିଲା ପୋଲିସ । କଟକ ସଦର ଏବଂ ଗୁରୁଡ଼ିଝାଟିଆ ଆଖପାଖ ଅଞ୍ଚଳରୁ ବାଇକ୍ ଚୋରି କରି କଟକ ବିଡାନାସୀ ଅଂଚଳର ଏକ ଗ୍ୟାରେଜରେ ଏହି ବାଇକ୍ ସବୁ ରଖି ବିଭିନ୍ନ ସ୍ଥାନରେ ବିକ୍ରୟ କରୁଥିବା ଚୌଦ୍ଵାର ଏସଡିପିଓ ଉମାକାନ୍ତ ନାୟକ କହିଛନ୍ତି ।
You Can Read:
ମହିଳା ବିରୋଧୀ ଅପରାଧରେ ଜିରୋ ଟଲେରାନ୍ସ ନୀତି ଆପଣାଇବେ ସରକାର : ଆଇନ ମନ୍ତ୍ରୀ