ଅବକାରୀ ବିଭାଗର କଡା କାର୍ଯ୍ୟାନୁଷ୍ଠାନ, ଦୁର୍ନୀତିଗ୍ରସ୍ତ ASIଙ୍କୁ  ଚାକିରିରୁ ବିଦାକଲେ ଅବକାରୀ କମିଶନର

Published By : Prameya-News7 Bureau | November 06, 2023 IST

ଭୁବନେଶ୍ଵର: ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ବେଆଇନ ମଦ କାରବାରରୁ ଲାଞ୍ଚ ନେଇ ଦୁର୍ନୀତି କରିଥିବା ଅଭିଯୋଗରେ କଟକ ଜିଲ୍ଲା ଅବକାରୀ ଏଏସଆଇ ନିରଞ୍ଜନ ଖଟୁଆଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ତାଙ୍କ ବିରୋଧରେ ଏ ସଂକ୍ରାନ୍ତରେ ଅନେକ ଅଭିଯୋଗ ଆସିଥିଲା । ଆଇଟି ଆପ୍ଲିକେସନ୍ ମାଧ୍ୟମରେ ତଦନ୍ତରୁ ବେଆଇନ ମଦ କାରବାରରେ ମଦ ବେପାରୀଙ୍କ ସହ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣିତ ହୋଇଥିଲା । ଏହା ପୂର୍ବରୁ ମଧ୍ୟ ଗୋଟିଏ ବିଦେଶୀ ମଦ ଦୋକାନରେ ମଦ ବେପାରୀଙ୍କ ସହ ମଦ ପିଇବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ତାଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଜାରି ରହିଛି । ପୂର୍ବରୁ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ବେଳେ ତାଙ୍କ ବାପାଙ୍କୁ କଟକ ଇଆଇ ଓ ଇବି ୟୁନିଟ୍-୧ ଗିରଫ କରି ଜେଲ୍ ହାଜତକୁ ପଠାଇଥିଲେ ।

wp:heading {"level":4}

Also read- ‘ମୋ ବସ୍‌’ରୁ ଲୁଟ୍, ଯାତ୍ରୀଙ୍କ ପକେଟ୍‌ରୁ ୨୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

/wp:heading

ପୋଷାକରେ ରହି ବେଆଇନ ମଦ କାରବାର ରୋକିବା ଦିଗରେ ସେ ଦାୟିତ୍ୱ ତୁଲାଇବା ପରିବର୍ତ୍ତେ ବେଆଇନ ମଦ ବେପାରୀମାନଙ୍କୁ ସୁରକ୍ଷା ଦେବା ଏବଂ ମଦ ମାଫିଆଙ୍କ ସହ ହାତ ମିଳାଇ ଥିବାର ଯଥେଷ୍ଟ ପ୍ରମାଣ ରହିଛି । ସେ କେବଳ ନିଜକୁ ଅପମାନିତ କରିନାହାନ୍ତି, ବରଂ ତାଙ୍କ କାର୍ଯ୍ୟ ଅବକାରୀ ବିଭାଗର ସ୍ୱାର୍ଥ ବିରୋଧୀ । ବେଆଇନ ମଦ କାରବାରରେ ମଦ ବେପାରୀଙ୍କ ସହ ତାଙ୍କର ମିଳାମିଶା ଜଣେ ସରକାରୀ କର୍ମଚାରୀଙ୍କ ପାଇଁ ନୀତି ବିରୁଦ୍ଧ ଓ ଅଗ୍ରହଣୀୟ। ତେଣୁ ଭାରତୀୟ ସମ୍ବିଧାନର ନିୟମ ୩୧୧(୨) (ଖ) ଅନୁଯାୟୀ ଜନସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ପାଞ୍ଚ ମାସ ମଧ୍ୟରେ ୫ ଜଣ ଅବକାରୀ କର୍ମଚାରୀଙ୍କୁ ସେମାନଙ୍କ ବେଆଇନ କାର୍ଯ୍ୟପାଇଁ ବହିଷ୍କାର କରାଯାଇଛି । ଅବକାରୀ ବିଭାଗର ସଚ୍ଚୋଟତା ଓ ଦକ୍ଷତା ରେ ଉନ୍ନତି ଆଣିବା ପାଇଁ ଅବକାରୀ ବିଭାଗର ଦୁର୍ନୀତିଗ୍ରସ୍ତ/ ଅପାରଗ ସଦସ୍ୟଙ୍କୁ ବହିଷ୍କାର/ହଟାଇବା ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.