ଭୁବନେଶ୍ୱର: ଟୁଇନ୍ ସିଟିରେ ଆରମ୍ଭ ହେଲା ବଡ଼ ଧରଣର ଧରପଗଡ଼ । କମିଶନରେଟ ପୋଲିସ ପକ୍ଷରୁ ମିଳିଛି ବିଭିନ୍ନ ଛକରେ ଚଢ଼ଉ। ଗାଡ଼ି କାଚରେ କଳାଜରି, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ ପୋଲିସ ନେବ ଆକ୍ସନ। କଟକ ଓ ଭୁବନେଶ୍ବରରେ ବ୍ୟାପକ ଚଢ଼ଉ ହୋଇଛି।
ଗତ ୬ ତାରିଖରେ ଏହି ନିୟମ ଉଲ୍ଲଙ୍ଘନ ନ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ସେଫ୍ ସିଟି ଡ୍ରାଇଭ୍ ମାଧ୍ୟମରେ ହେଉଛି ଚଢ଼ଉ ଚାଲିଛି।
କିଛି ଦିନ ପୂର୍ବରୁ RTO ସହଯୋଗରେ ଚେକିଂ ଚଳାଇଥିଲା ଟ୍ରାଫିକ ପୋଲିସ। ଟ୍ରାଫିକ ନିୟମ ମାନୁ ନ ଥିବା ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଫାଇନ କରାଯାଇଥିଲା। ସେହିପରି ଭୁବନେଶ୍ଵରରେ ବାଇକର ସାଇଲେନସର୍ ଚେକିଂ ବି ହୋଇଥିଲା।
ବିଟଟାଳ ଶବ୍ଦ କରୁଥିବା ବାଇକରୁ ଏପରି ସାଇଲେନସରକୁ କାଢ଼ି ନିଆଯାଉଥିଲା। ଫାଇନ ବି କଟାଯାଇଥିଲା । ସାଇଲେନସର୍ ପରେ ଏବେ ହର୍ଣ୍ଣର ପାଳି ପଡ଼ିଛି। ଜୋରରେ ଓ ବିକଟାଳ ଶବ୍ଦ କରୁଥିବା ହର୍ଣ୍ଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।