ଭୁବନେଶ୍ୱର ୧୧।୦୨ : ରାଜ୍ୟରେ କମିବ ଶୀତ, ବଢିବ ରାତି ତାପମାତ୍ରା। ଆସନ୍ତା ଦୁଇ ଦିନରେ ରାତିରେ ପାରଦ ଆଉ ୨ରୁ ୩ ଡିଗ୍ରୀ ବଢ଼ିବ। ଏହାପରେ ପୁଣି ୩ ଡିଗ୍ରୀ ଖସିଯିବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଏଭଳି ପୂର୍ବାନୁମାନ କରିଛି। ସୋମବାର ୪ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଛି। ଅଧିକାଂଶ ସ୍ଥାନରେ ରାତିବେଳା ପାରଦ ବି ଉପରମୁହାଁ ହେଉଛି । ପାରାଦୀପରେ ୨୦.୪ ଓ ପୁରୀରେ ୨୨.୬ ଡିଗ୍ରୀ ସେଲସିୟସ୍ ରହିଥିଲା ।
ସୂଚନାନୁଯାୟୀ, ସୋମବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ଥିଲା । ସୁନ୍ଦରଗଡ଼ରେ ୩୫.୪, ବଲାଙ୍ଗୀର ଓ ପାରଳାଖେମୁଣ୍ଡିରେ ୩୫.୨, ଅନୁଗୁଳରେ ୩୪.୭, ସୋନପୁରରେ ୩୪.୫, ହୀରାକୁଦରେ ୩୪.୧, ନୂଆପଡ଼ାରେ ୩୪, ଭଦ୍ରକ ଓ ଢେଙ୍କାନାଳରେ ୩୩.୮, ନବରଙ୍ଗପୁରରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଫୁଲବାଣୀରେ ରାତି ତାପମାତ୍ରା ସବୁଠୁ କମ୍ ୯.୫ ଡିଗ୍ରୀ ରେକର୍ଡ ହୋଇଛି । ରାଉରକେଲାରେ ୯.୬, ଝାରସୁଗୁଡ଼ାରେ ୧୦.୨, ଅନୁଗୁଳ ଓ ଭବାନୀପାଟଣାରେ ୧୨, କେନ୍ଦୁଝରରେ ୧୩.୧, ହୀରାକୁଦରେ ୧୩.୩ ଓ ସୋନପୁରରେ ୧୩ ଡିଗ୍ରୀ ରେକର୍ଡ ହୋଇଥିଲା ।