ଚେନ୍ନାଇ: ଶିକ୍ଷକ ସାଇତାନ୍ । ଗୁରୁ ନାଁରେ କଳଙ୍କ । ନାବାଳିକା ଛାତ୍ରୀକୁ ବି ଛାଡ଼ିଲେନି । ୩ଜଣ ମିଶି କଲେ ଗଣଦୁଷ୍କର୍ମ ! ସ୍କୁଲ କାନ୍ଥରେ ଏ କଳଙ୍କର ଛିଟା ତାମିଲନାଡ଼ୁରୁ ସାମ୍ନାକୁ ଆସିଛି । କୃଷ୍ଣଗିରି ଜିଲ୍ଲାରେ ଜଣେ ନାବାଳିକା ଛାତ୍ରୀ ସହ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ପୋଚପଲ୍ଲି ହାଇସ୍କୁଲର ୩ଜଣ ଶିକ୍ଷକ ମିଶି ବିଦ୍ୟାଳୟର ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ପୀଡିତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଘଟଣା କିଛି ଏହିଭଳି, ତାମିଲନାଡ଼ୁ କୃଷ୍ଣଗିରି ଜିଲ୍ଲାର ପୋଚପାଲ୍ଲି ହାଇସ୍କୁଲରେ ଏହି ଗଣଦୁଷ୍କର୍ମ ହୋଇଛି । ୧୩ ବର୍ଷୀୟା ନାବାଳିକା ସ୍କୁଲର ୩ଜଣ ଶିକ୍ଷକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଘଟଣା ପରେ ନାବାଳିକା ଜଣକ ଲୋକ ଲଜ୍ଜ୍ୟା ପାଇଁ ଏକ ମାସ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଯାଇନଥିଲେ । ଏନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜଣିବା ପରେ ନାବାଳିକାଙ୍କ ଘରେ ପହଞ୍ଚିଥିଲେ । ପୀଡ଼ିତାର ମା’ ତାଙ୍କୁ ଘଟଣା ବାବଦରେ ସବୁ ଜଣାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ପରାମର୍ଶ କ୍ରମେ ପୀଡ଼ିତାଙ୍କ ମା’ ଥାନାରେ ଏତଲା ଦେବା ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ଘଟଣାକୁ କୃଷ୍ଣଗିରି ପୋଲିସ ଆରକ୍ଷୀ ଅଧିକ୍ଷକ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ । ତେବେ ତିନି ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କୁ ନିଲମ୍ବିତ କରାଯାଇିଥିବା ବେଳେ ତାଙ୍କ ବିରୋଧରୋ ପୋକ୍ସୋ ଧାରା ଲାଗିଛି । ପୋଲିସ୍ ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତଙ୍କୁ ୧୦ଦିନିଆ ରିମାଣ୍ଡରେ ନେଇଛି ।...