ସ୍କୁଲ ଖୋଲିବାର ପ୍ରଥମ ଦିନରେ ଅଘଟଣ, ଛାତ ପ୍ଲାଷ୍ଟର ଖସି ଛାତ୍ର ଗୁରୁତର

Published By : Prameya-News7 Bureau | June 20, 2025 IST

ଘଟଗାଁ ୨୦।୬: ସରିଲା ଛୁଟି, ଖୋଲିଲା ସ୍କୁଲ । ସ୍କୁଲ ଖୋଲିବାର ପ୍ରଥମ ଦିନରେ ଅଘଟଣ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟ ଘଟିଛି ଅଘଟଣ । ଛାତ ପ୍ଲାଷ୍ଟର ଖସି ଛାତ୍ର ଗୁରୁତର ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଛୁଟି ପରେ ସ୍କୁଲ ଖୋଲୁଥିବାରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଆସିଥିଲେ । କିନ୍ତୁ ସ୍କୁଲରେ ଘଟିଥିଲା ଅଘଟଣ । ସ୍କୁଲ ଛାତ ପ୍ଲାଷ୍ଟର ଛାତ୍ରଙ୍କ ମୁଣ୍ଡ ଉପରେ ଖସିପଡିଥିଲା । ଫଳରେ ଛାତ୍ରଙ୍କ ମୁଣ୍ଡ ଫାଟି ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଛାତ୍ର ଜଣଙ୍କ ହେଲେ ୫ମ ଶ୍ରେଣୀର ଦିବ୍ୟାଂଶୁ ମହାନ୍ତି । ଛାତ୍ର ଜଣକ ଆହତ ହେବା ପରେ ତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଡ଼ାକ୍ତରଖାନା ନନେବା କାରଣରୁ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର କିପରି ଖସିଲା ଏବଂ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ପୂର୍ବରୁ ଧ୍ୟାନ ଦେଲେ ନାହିଁ, ସେନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଲୋକେ ।

You Can Read:

ମଶାରୀ ଭିତରେ ପଶି ଦେଢ଼ଶୁରକୁ କଟୁରୀରେ ହାଣିଥିଲା ଭାଇ ବୋହୂ, ଭାଇ-ପୁତୁରା ସମେତ ୩ ଗିରଫ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.