ଆନନ୍ଦପୁର ୧୦।୦୨ : ମହାବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମହାବିଦ୍ୟାଳୟର ମୁଖ୍ୟ ଗେଟ୍ରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ଦାବିରେ ଚାଲିଛି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ।
ତେବେ ଅନେକ ବର୍ଷ ଧରି ଆନନ୍ଦପୁର ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହେଉନାହିଁ । ବାରମ୍ବାର ଏଦିଗରେ ଅଧ୍ୟକ୍ଷ ଓ ପରିଚାଳନା କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଦିଗରେ ଟାଳଟୁଳ ନୀତି ଅବଲମ୍ବନ ହୋଇଆସୁଛି । ଯାହାଫଳରେ ସୋମବାର ଦିନ ଛାତ୍ରଛାତ୍ରୀମାନେ କଠୋର ପଦେକ୍ଷପ ନେଇଛନ୍ତି ।ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ଦାବିରେ ଛାତ୍ରଛାତ୍ରୀମାନେ ଗେଟ୍ରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି । ଚଳିତ ବର୍ଷ ଫେବୃଆରୀ ୧୮ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଛି । ସେଥିପାଇଁ ପରୀକ୍ଷା ପୂର୍ବରୁ ବାର୍ଷିକ ଉତ୍ସବ ପାଳନ ନେଇ ଜୋର୍ ଦେଉଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଉତ୍ସବ ପାଳନ ନେଇ ଉଦ୍ୟମ ଚାଲିଥିବା କଥା କହିଛନ୍ତି କଲେଜ ଅଧ୍ୟକ୍ଷ । ତେବେ ନିଜ ନିଜ ଜିଦ୍ରେ ଅଟଳ ଥିବା ଛାତ୍ରଛାତ୍ରୀ ଏବଂ ପରିଚାଳନା କମିଟି ମଧ୍ୟରେ ଆଲୋଚନା ଚାଲିଛି ।