ଆନନ୍ଦପୁର: ନ୍ୟାୟପାଳିକା ଓ କାର୍ଯ୍ୟପାଳିକା କିଭଳି କାମ କରେ ସେ ବିଷୟରେ ଅଧିକ ଜ୍ଞାନ ଆହରଣ ପାଇଁ କୋର୍ଟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବୁଲି ଦେଖିଲେ ସରକାରୀ ସ୍କୁଲର ଛାତ୍ରୀମାନେ। ଆନନ୍ଦପୁର ଉପଖଣ୍ଡ ଶାଳବଣି ଠାରେ ଜି. ବି. ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ନିଜ ପାଠ୍ୟକ୍ରମରେ ଥିବା ରାଜନୀତି ବିଜ୍ଞାନରେ ଏକ ବିଷୟକୁ ନେଇ ଆନନ୍ଦପୁର ଏଡିଜେ କୋର୍ଟ ଓ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ବୁଲି ଦେଖିବାସହ ଏ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିଛନ୍ତି।
ଏହି ସମୟରେ ଆନନ୍ଦପୁର ଉପଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ସହ ମିଶି ବେଶ ଉତ୍ସାହିତ ହୋଇଛନ୍ତି ଛାତ୍ରୀମାନେ। ଉପଜିଲ୍ଲାପାଳଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ଯ ଦେଇଥିଲେ। ଭବିଷ୍ୟତରେ ଜଣେ ସୁନାଗରିକ ହେବାସହ ତାଙ୍କ ଭଳି ପ୍ରଶାସନିକ ଅଧିକାରୀ ହେବାକୁ ଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇଥିଲେ ଉପଜିଲ୍ଲାପାଳ। ପିଲାଙ୍କ ପ୍ରାକ୍ଟିକାଲରେ ଆନନ୍ଦପୁର କୋର୍ଟର ଓକିଲ ଆଡଭୋକେଟ୍ ଭାଗିରଥୀ ଦାଶ ସହଯୋଗ କରିଥିଲେ।