କରଞ୍ଜିଆ ୩୧।୧୦: ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ ପାଇଁ ଚାଲିଲେ ୧୦ କି.ମି. । ସରପଞ୍ଚଙ୍କୁ ଅଭିଯୋଗ କରିବାକୁ ୧୦ କି.ମି. ଚାଲି ଚାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ବଲାଣପୋଷି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନ୍ତେବାସୀ ଛାତ୍ରୀ । ଗାଁ ଲୋକଙ୍କ ଦ୍ୱାରା ଛାତ୍ରୀମାନଙ୍କୁ ସ୍କୁଲକୁ ଫେରାଇ ଆଣିବା ସହ ଘଟଣାସ୍ଥଳରେ ରରୁଆଁ ବିଡ଼ିଓ ପହଞ୍ଚି ଛାତ୍ରୀ ମାନଙ୍କ ସହ ଆଲୋଚନା କରୁଛନ୍ତି । ପୂର୍ବରୁ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ଗୁରୁବାର ଅପରାହ୍ନରେ ବିଭିନ୍ନ ପ୍ଲା-କାର୍ଡ ଧରି ପଞ୍ଚାୟତ କାର୍ଯ୍ୟାଳୟ ଯିବା ସହ ସ୍କୁଲ ଫାଟକ ସାମ୍ନାରେ ବସି ପ୍ରତିବାଦ କରିଛନ୍ତି ।
You Can Read: