ବାଙ୍କୀ ୦୯।୦୩ : ନ୍ୟୁଜ ସେଭେନ୍ରେ ବାରମ୍ବାର ଖଣିଜ ସମ୍ପଦ ଓ ରାଜସ୍ୱ ଲୁଟ୍ ନେଇ ଖବର ପ୍ରସାରଣ ପରେ ଆକ୍ସନମୋଡ଼କୁ ଆସିଛି ଜିଲ୍ଲା ପ୍ରଶାସନ । ଡ଼ମପଡ଼ା ବ୍ଲକରେ ଥିବା କାଳିକା ପ୍ରସାଦ ବାଲି ଘାଟ ଉପରେ ହୋଉଛି ରାତିଅଧିଆ ଚଢାଉ ହୋଇଛି । ଚଢାଉ ୬ଟି ହାଇଓ୍ୱା ଓ ୩ଟି ପ୍ରୋକଲେନ୍ ଜବତ ହୋଇଥିବା ବେଳେ ୬ଜଣଙ୍କୁ ଅଚକ ରଖିଛି ବାଙ୍କୀ ପୋଲିସ ।
ଖବର ଅନୁଯାୟୀ, ଡ଼ମପଡା ତହସିଲର ଖାତା ନମ୍ବର ୧୨ ରେ ପ୍ଲଟ ୩୬ର ୧୨. ୩୫୦ ଏକର ଅଞ୍ଚଳରୁ ବାଲି ଉଠାଇବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଘାଟ ନେଇଥିବା ଅଧିକାରୀ ଏହି ସୀମା ବାହାରୁ ମେସିନ ଲଗାଇ ବାଲି ଚାଲାଣ କରୁଛନ୍ତି। ଏପରିକି ଯେତିକି ବାଲି ଉଠାଇବାକୁ ନିର୍ଦ୍ଦେଶ ରହିଛି, ତା ଠାରୁ ଅନେକ ଗୁଣରେ ଅଧିକ ବାଲି ଉତ୍ତୋଳନ କରିଛନ୍ତି। କୌଣସି ଟ୍ରାନଜିଟ୍ ପାସ ନଥାଇ ବି ବାହାରକୁ ଶହ ଶହ ହାଇଓ୍ୱା ବାଲି ଚାଲାଣ କରୁଛନ୍ତି। ଯାହାଦ୍ଵାରା ବାଲିଘାଟ ନିୟମ ଉଲ୍ଲଂଘନ କରୁଛନ୍ତି। ଏସବୁ ନେଇ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ବିଳମ୍ବିତ ରାତିରେ ଉକ୍ତ ବାଲି ଖାଦାନରେ ଚଢାଉ ହୋଇଥିଲା। ଏହି ଚଢାଉରେ ୬ଟି ହାଇଓ୍ୱା ଓ ୩ଟି ପ୍ରୋକଲେନ ଜବତ ହୋଇଥିବା ବେଳେ ୬ ଜଣଙ୍କୁ ଅଟକ ରଖିଛନ୍ତି ବାଙ୍କୀ ପୋଲିସ। ଚଢାଉରେ ବାଙ୍କୀ ଉପଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବାଙ୍କୀ, ଡମପଡ଼ା ତହସିଲଦାର, କଟକ ଜିଲ୍ଲା ମାଇନିଂ ଅଧିକାରୀ, ବାଙ୍କୀ ଆରକ୍ଷୀ ଅଧିକ୍ଷକ, ବାଙ୍କୀ ଥାନା ଆଇଆଇସି ସାମିଲ ହୋଇଥିଲେ।