ଇସ୍ତଫା ଦେଲେ ସୁବାଷ ମହାରଣା, ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦ ଛାଡିଲେ

Published By : Prameya-News7 Bureau | June 10, 2024 IST

ବ୍ରହ୍ମପୁର ୧୦।୦୬ : ଇସ୍ତଫା ଦେଲେ ସୁବାଷ ମହାରଣା । ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁବାଷ ମହାରଣା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା କହିଛନ୍ତି ସୁବାଷ ମହାରଣା । ଅନ୍‌ଲାଇନ୍‌ ମାଧ୍ୟମରେ ସେ ଦେଇଛନ୍ତି ଇସ୍ତଫା ।

୨୦୨୨ ମସିହା ଜୁଲାଇ ମାସରେ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସୁବାଷ ମହାରଣା । ଚଳିତ ସାଧାରଣ ନିର୍ବାଚନରେ ବିଜେଡି ସରକାର ଜନମତ ହରାଇଛି । ଯାହାଫଳରେ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହିକ୍ରମରେ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେଇଥିବା କହିଛନ୍ତି ସୁବାଷ ମହାରଣା । ପରବର୍ତ୍ତୀ ଅଧକ୍ଷ ଯିଏ ବି ହେବ, ସେ ଗଞ୍ଜାମ ଜିଲ୍ଲାରେ ହେବାକୁ ଥିବା କାଜୁ କର୍ପୋରସେନ୍‌କୁ ଶୀଘ୍ର ସ୍ଥାପନ କରିବା ପାଇଁ ସୁବାଷ ଅନୁରୋଧ କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.