ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଓ ଟାଉନ ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ

Published By : Prameya-News7 Bureau | June 22, 2024 IST

ବାଲେଶ୍ଵର ୨୨।୬: ବାଲେଶ୍ଵର ଜିଲ୍ଲାର ଦୁଇଟି ଥାନା ଅଧିନ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି । ସହଦେବଖୁଣ୍ଟା ଥାନା ଅଞ୍ଚଳ ସକାଳ ୫ରୁ ରାତି ୯ ପର୍ଯ୍ୟନ୍ତ ଓ ଟାଉନ ଥାନା ଅଞ୍ଚଳରେ  ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି । ଲିଜ ଲାଇନ ଓ ବ୍ରଡ଼ବ୍ୟାଣ୍ଡ ସେବା ଗୁଡିକ ପାଇଁ କଟକଣା କୋହଳ ରହିବ । ଅନ୍ୟ ସମସ୍ତ ଇଣ୍ଟେରନେଟ ସେବା ଯୋଗାଇବା ଉପରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ । ବାଲେଶ୍ଵର ଜିଲ୍ଲାରେ ହୋଇଥିବା ଦଙ୍ଗା ଘଟଣାରେ ୧୯ଟି ମାମଲା ରୁଜୁ ହୋଇଥିବା ବେଳେ ୭୫ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ କେତେକ ନାବାଳକ ମଧ୍ୟ ସାମିଲ ଅଛନ୍ତି । ସହରରେ ଶାନ୍ତି ଫେରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ପ୍ରଶାସନ ବୈଠକ କରିଛି । ଶାନ୍ତି ଫେରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଅନନ୍ତ ସେଠୀଙ୍କ ସମେତ ଏକ ଟିମ୍ ଏସପି ଓ ଜିଲ୍ଲାପାଳଙ୍କ ସହ ଏକ   ବସିଥିଲା ।

You Can Read :

ଶାବର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା, ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.