ମହାପ୍ରଭୁଙ୍କ ମହାପ୍ରସାଦର ମାନ ଯାଞ୍ଚ ବିଧର୍ମୀଙ୍କ କାମ- ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ

Published By : Prameya-News7 Bureau | September 28, 2024 IST

ପୁରୀ ୨୮।୦୯ : ଶ୍ରୀମନ୍ଦିରରେ ଅବଢ଼ାର ମାନ ଯାଞ୍ଚ ପ୍ରସଙ୍ଗ। ଆଇନମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ଯେ, ମହାପ୍ରଭୁଙ୍କ ମହାପ୍ରସାଦର ମାନ ଯାଞ୍ଚ କରିବା ହେଉଛି ବିଧର୍ମୀଙ୍କର କାର୍ଯ୍ୟ। ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ପରମ୍ପରା ଅନନ୍ୟ। ପରମ୍ପରାକୁ ବ୍ୟାଘାତ କରିବା ଠିକ୍ ନୁହେଁ। ରାଜନୈତିକ ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକୁ ଲୋକେ ଗ୍ରହଣ କରିବେ ନାହିଁ। ଶ୍ରୀମନ୍ଦିର ଭିତରକୁ ଯେଉଁ ସାମଗ୍ରୀ ଆସୁଛି ତାହାର ମାନ ଯାଞ୍ଚ ହେଉ। ସେଥିରେ କୌଣସି ଅସୁବିଧା ନାହିଁ। କିନ୍ତୁ ମହାପ୍ରଭୁଙ୍କ ମହାପ୍ରସାଦର ମାନ ଯାଞ୍ଚ କରିବା ପାଇଁ କାହା ପାଖରେ ଶକ୍ତି ନାହିଁ। ଏଭଳି କାର୍ଯ୍ୟ ଯିଏ କରିବ ତାଙ୍କ ଉପରେ ଠାକୁରଙ୍କ ଦୈବିକ ଚଡ଼କ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.