ଶାବର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା, ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ

Published By : Prameya-News7 Bureau | June 22, 2024 IST

କୋରାପୁଟ ୨୨।୬: କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୁର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସକାଳ ୯ଟା ୩୦ ମିନିଟ ସମୟରେ ଗଜାନନ ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି । ଭକ୍ତଙ୍କ ସମାଗମ ମଧ୍ୟରେ ମୃଦଙ୍ଗ ଓ ଘଣ୍ଟର ତାଳେ ତାଳେ ଶ୍ରୀମନ୍ଦିରରୁ ସ୍ନାନ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ୧୨ଟା ୨୦ ମିନିଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଆରମ୍ଭ ହୋଇଥିଲା । ଦିନ ୨ଟା ୨୦ ମିନିଟ ସମୟରୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରାତି ୯ଟା ୩୦ମିନିଟ ସମୟରେ ଅଣସର ଘରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ଶବର ସମ୍ପ୍ରଦାୟର ପୂଜକଙ୍କ ଦ୍ବାରା ନେତ୍ର ଉତ୍ସବ ପର୍ଯ୍ୟନ୍ତ ଗୁପ୍ତ ନୀତିକାନ୍ତି କରାଯିବ । ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସକାଶେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି । ଭକ୍ତ ତିନି ଠାକୁରଙ୍କୁ ଗଜାନନ ବେଶରେ ଦେଖି ଭାବ ବିହ୍ବଳ ହୋଇଥିବା ଦେଖିବାକୁ ମିଳିଛି ।

You Can Read :

ବାରିପଦାରେ ବସ୍ ମାଲିକ ସଂଘ ଓ ପୋଲିସ ପ୍ରଶାସନର ବୈଠକ, ସନ୍ଧ୍ୟାରୁ ଚାଲିବ ବସ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.