ମଲା ଗୋରୁ ମାଂସ ଖାଇ ବ୍ୟାପୁଛି ଆନ୍ଥ୍ରାକ୍ସ, ୨ ରୋଗୀ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗର ସୂଚନା

Published By : Prameya-News7 Bureau | June 28, 2024 IST

କୋରାପୁଟ ୨୮/୬: କୋରାପୁଟକୁ ପୁଣି ଫେରିଲା ଆନ୍ଥ୍ରାକ୍ସ ଆତଙ୍କ । ପଡେଇଗୁଡା ଗାଁରେ ୨ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ମଲା ଗୋରୁ ମାଂସ ଖାଇ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଗାଁରେ ୬ଜଣଙ୍କ ନମୁନା ସଂଗ୍ରହ ହୋଇଥିଲା । ସେଥିରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଉଭୟଙ୍କୁ ଆଇସୋଲେସନରେ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ କହୁଥିବାବେଳେ ପ୍ରକୃତ ଘଟଣା କିନ୍ତୁ ଭିନ୍ନ । ଆନ୍ଥ୍ରାକ୍ସରେ ଆକ୍ରାନ୍ତ ସତ୍ତ୍ବେ ଉଭୟ ଖୁଲମଖୁଲ୍ଲା ବିଲରେ କାମ କରୁଥିବା ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.