ଯାଜପୁର ୦୧/୧୧: କେନାଲ ବନ୍ଧକୁ ଶୌଚ ହେବାକୁ ଯାଇଥିଲେ ବାପ-ଝିଅ । ଉପରେ ଖସିପଡିଲା ମାଟି ଅତଡା । ତଳେ ଚାପି ହୋଇଗଲେ ଉଭୟ । ୮ ବର୍ଷ ଝିଅର ଜୀବନ ଚାଲିଯାଇଥିବାବେଳେ ବାପା ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନଡିଆଭଙ୍ଗା ଗାଁରେ ଅଭାବନୀୟ ଘଟଣା । ଶୁକ୍ରବାର ସକାଳୁ ବାଉଁଶନଳୀ ଗାଁର ଇଶ୍ବର ମୁଣ୍ଡା ଓ ଝିଅ ଗୀତ ସହ କେନାଲ ବନ୍ଧକୁ ଶୌଚ ହେବାକୁ ଯାଇଥିଲେ । ହଠାତ ନିର୍ମାଣାଧୀନ ରେଙ୍ଗାଲି ପାର୍ଶ୍ବ କେନାଲରୁ ମାଟି ଅତଡା ଖସିଥିଲା । ଆଉ ମାଟି ତଳେ ଚାପି ହୋଇଯାଇଥିଲେ ଇଶ୍ବର ଓ ଗୀତା । ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ଗୀତାର ମୃତଦେହ ଉଦ୍ଧାର କରାଯାଇଥିଲା । ଇଶ୍ବରଙ୍କୁ ଉଦ୍ଧାର କରି ସୁକିନ୍ଦା ମେଡିକାଲ ପଠାଯାଇଛି । କେନାଲ କାମ କରୁଥିବା ଘରୋଇ କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।