ବଲାଙ୍ଗୀର ୦୩/୧୧: ୨ଦିନିଆ ବଲାଙ୍ଗୀର ଗସ୍ତ ସାରି ଭୁବନେଶ୍ବର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଫେରିବା ପୂର୍ବରୁ ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲାର ବିକାଶ ତଥା ଆଗକୁ କଣ ଭିଜନ ରହିଛି ସେନେଇ ସୂଚନା ଦେଇଛନ୍ତି । ଆଗରୁ ବଲାଙ୍ଗିରକୁ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି । ଯାହା ସମସ୍ୟା ରହିଛି ସେସବୁକୁ ପ୍ରାଧାନ୍ୟ ଦିଆଯିବ ଓ ଲୋକଙ୍କ ସମସ୍ୟା ର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଶହେ ପ୍ରତିଶତ ସୁବିଧା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି। ବର୍ଷେ ଭିତରେ ବଲାଙ୍ଗିର ଖୋର୍ଦ୍ଧା ରେଳ ଲାଇନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ବଲାଙ୍ଗିର ଜିଲ୍ଲା ଦାଦନ ମୁକ୍ତ ହେବ ।ବଲାଙ୍ଗିର ନୂଆ ଇଣ୍ଡଷ୍ଟ୍ରି ମଧ୍ୟ ହେବ । ସରକାରଙ୍କ ନଜର ରେ ଅଛି ମହାନଦୀ ବିବାଦ ଘଟଣା। ୨ ଥର ଛାତିଶଗଡ଼ ସରକାର ସହ ଆଲୋଚନା ସରିଛି। ଆନିକଟ,ବ୍ୟାରେଜ କିଭଳି ତ୍ବରାନ୍ବିତ ହେବ ସେନେଇ ରାଜ୍ୟ ସରକାର ସଜାଗ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ, ସରକାର...