ଆନନ୍ଦପୁର୦୧/୧୧: ବର୍ଷକ ତଳେ ମୋତେ ଜବରଦସ୍ତ ତାମିଲନାଡୁ ନେଇଯାଇଥିଲା । ମୋ ସହ ଶାରିରୀକ ସଂପର୍କ ରଖିବା ପରେ ଏବେ ଘରେ ରଖିବାକୁ ମନା କରୁଛି । ମୁଁ ତାଙ୍କୁ ଛାଡିବିନି । ମୋତେ ନ୍ୟାୟ ଦରକାର । ଏଭଳି କାନ୍ଦି କାନ୍ଦି ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା । ଅଭିଯୋଗ ଆଣିଥିବା ନାବାଳିକା ଆନନ୍ଦପୁର ଥାନା ଅଞ୍ଚଳର ।
ପ୍ରାୟ ବର୍ଷେ ତଳେ ଛତ୍ରକଣା ଗାଁର ସୌମ୍ୟରଞ୍ଜନ ଦେହୁରୀ ତାଙ୍କୁ ଜବରଦସ୍ତ ତାମିଲନାଡୁ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି । ସେଠାରେ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ଘରେ ରଖିବାକୁ ମନା କରୁଛି। ନ୍ୟାୟ ପାଇଁ ବାପାଙ୍କ ସହ ଆନନ୍ଦପୁର ଥାନାରେ ପହଞ୍ଚିଛନ୍ତି ପୀଡିତା । ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ ।