ବାରିପଦାରେ ବସ୍ ମାଲିକ ସଂଘ ଓ ପୋଲିସ ପ୍ରଶାସନର ବୈଠକ, ସନ୍ଧ୍ୟାରୁ ଚାଲିବ ବସ୍

Published By : Prameya-News7 Bureau | June 22, 2024 IST

ବାରିପଦା ୨୨।୬: ଶୁକ୍ରବାର ବାରିପଦା ବସଷ୍ଟାଣ୍ଡ ଘଟଣା ଘଟିବା ପରଠାରୁ ମୟୂରଭଞ୍ଜ ମାଲିକ ସଂଘର ସମସ୍ତ ବସ୍ ଚଳାଚଳା ବନ୍ଦ ରହିଛି । ଟାଉନ ଥାନାରେ ଉଭୟ ପକ୍ଷର ଅଭିଯୋଗ କ୍ରମେ ପୃଥକ ମାମଲା ରୁଜୁ ହୋଇଛି । ଉଭୟ ପକ୍ଷରୁ ୧୦ଜଣଙ୍କୁ ଗିରଫ କରାଯାଇଛି । ବିବାଦୀୟ ବସ ମାଲିକଙ୍କ ଗୋଷ୍ଠୀର ଜ୍ୟୋତିରଞ୍ଜନ ମହାନ୍ତିଙ୍କ ସମେତ ୬ ଜଣ ଗିରଫ ହୋଇଥିବା ବେଳେ ମୟୂରଭଞ୍ଜ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ସୁନୀଲ କୁମାର ଦାଶଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ବସ୍ ଚଳାଚଳ ସ୍ବାଭାବିକ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ସହିତ ମାଲିକ ସଂଘର ବୈଠକ ସରିଛି । ଶନିବାର ସନ୍ଧ୍ୟା ସୁଦ୍ଧା ବସ୍ ଚଳାଚଳକୁ ସ୍ଵାଭାବିକ କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି । ସେ ଲାଗି ବସଷ୍ଟାଣ୍ଡରେ ଟାଉନ୍ ପୋଲିସ ସୁରକ୍ଷା ବ୍ୟବସ୍ଥା କରିବ। ପୁରା ଘଟଣା ସହିତ ସମସ୍ତ ବସ୍ ର କାଗଜପତ୍ର ଓ ସମୟକୁ ତଦନ୍ତ କରି ପରିବହନ ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ମୟୂରଭଞ୍ଜ ଏସ.ପି. କହିଛନ୍ତି ।

You Can Read :

ସମ୍ବଲପୁର ସହରରେ ଜଣ୍ଡିସ ଆତଙ୍କ, ସାନିଟେସନ ଉପରେ ପ୍ରଶାସନର ଗୁରୁତ୍ବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.