ସମ୍ବଲପୁର ସହରରେ ଜଣ୍ଡିସ ଆତଙ୍କ, ସାନିଟେସନ ଉପରେ ପ୍ରଶାସନର ଗୁରୁତ୍ବ

Published By : Prameya-News7 Bureau | June 22, 2024 IST

ସମ୍ବଲପୁର ୨୨।୬: ସମ୍ବଲପୁର ସହରରେ ପୁଣି ଜଣ୍ଡିସ ଆତଙ୍କ ଦେଖାଦେଇଥିବା ବେଳେ ଶୁକ୍ରବାର ରାତି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି । ଶନିବାର କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ସିଡିଏମଓ ସୂଚନା ଦେଇଛନ୍ତି । ସମ୍ବଲପୁର ସହରର ସାଲିଆବଗିଚା, ପେନସନପଡା, କୁମ୍ଭାରପଡାରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ଏହି ତିନିପଡା ସମେତ ପାଖରେ ଥିବା ଅନ୍ୟପଡା ଗୁଡିକରେ ମଧ୍ୟ ପ୍ରଶାସନ ନଜର ଦେଇଛି । ପ୍ରତିଦିନ ସ୍ବାସ୍ଥ୍ୟ ଟିମ୍ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହି ୩ ପଡ଼ାରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ସ୍ଥିତି ଉପରେ ନଜର ରଖିଛି । ଏହାସହ ସେହିପଡା ଗୁଡିକରେ ପ୍ରଶାସନ ସାନିଟେସନ ଉପରେ ମଧ୍ୟ ଗୁରୁତ୍ବ ଦେଇଛି । ପାଣି ଫୁଟାଇ ପିଇବା, ଫାଷ୍ଟ ଫୁଡ ସାମଗ୍ରୀରୁ ଦୂରରେ ରହିବା, ନିୟମିତ ଔଷଧ ସେବନ ଉପରେ ଜୋର ଦିଆଯାଉଛି । ପିଇବା ପାଣି, ଗୁପଚୁପ ପାଣି ତଥା ଚୁସକିରୁ ଜଣ୍ଡିସ ବ୍ୟାପିଥିବା ଅନୁମାନ କରାଯାଉଛି ।

You Can Read :

ଦିବ୍ୟସ୍ନାନ ପରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.