ରେଳଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | June 19, 2024 IST

ସମ୍ବଲପୁର ୧୯।୬: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଖଇରପାଲି ରେଳ ଲାଇନ କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି l ପିଟିପିଟି ମାରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ l ଘଟଣାସ୍ଥଳରେ ଧନୁପାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ହେଲେ ମୃତଦେହ ରେଳ ଲାଇନ କଡରେ ପଡିଥିବା ବେଳେ ଜିଆରପି ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ଯ ନଜର ରଖାଯାଇଛି । ପ୍ରଥମେ ବ୍ଯବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପୋଲିସ ରିପୋର୍ଟକୁ ଅପେକ୍ଷା କରିବ । ସେପଟେ ଏହି ଘଟଣା ଜିଆରପି ହିଁ ତଦନ୍ତ କରିବ ବୋଲି ସଦର ଏସଡିପିଓ କହିଛନ୍ତି ।

You Can Read :

ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.