ସମ୍ବଲପୁରର ବିକାଶ ପାଇଁ ନିଆଯିବ ପଦକ୍ଷେପ,ପ୍ରତିଶ୍ରୁତି ପୂରଣ ଦିଗରେ କାମ କରିବେ ସରକାର

Published By : Prameya-News7 Bureau | June 16, 2024 IST

ସମ୍ବଲପୁର ୧୬/୬: ଓଡ଼ିଶାରେ ବିଜେପି ସରକାର ଆସିବା ପରେ ୪ଟି ବଡ ନିଷ୍ପତ୍ତି ହୋଇଛି । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ କାମ କରିବେ ସରକାର । ସମ୍ବଲପୁରର ବିକାଶ ପାଇଁ ନିଆଯିବ ବିଭିନ୍ନ ପଦକ୍ଷେପ । ସମ୍ବଲପୁରରେ ପ୍ରେସମିଟ୍‌ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ରାଜ୍ୟରେ ବିଜେପିର ପ୍ରଥମ ସରକାର ହୋଇଛି । ବହୁମତରେ ଜନତା ଜନାର୍ଦ୍ଦନ ସରକାର ଗଠନ କରିଛନ୍ତି । ଆଦିବାସୀ ଯୁବ ନେତୃତ୍ବ ଅନୁଭବୀ ବିଧାୟକ ମୋହନ ମାଝୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଛି । ଦଳ ଗୋଟିଏ ମନ୍ତ୍ରୀମଣ୍ଡଳ ଗଠନ କରିଛି । ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ମନ୍ତ୍ରୀମଣ୍ଡଳ ହେବ  । 

ଓଡ଼ିଶାରେ ବିଜେପି ସରକାର ଶପଥ ନେବା ପରେ ୪ଟି ବଡ ନିଷ୍ପତ୍ତି ନିଆଯାଇଛି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ଟି ଦ୍ବାର ଖୋଲିଯାଇଛି । ଧାନ କ୍ବିଣ୍ଟାଲ ପ୍ରତି ୩୧ ଶହ ଟଙ୍କାରେ କିଣା ହେବ । ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ମିଳିବ । ଲୋକଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି । ୨୦ ଜଣ ଲୋକସବା ଓ ୭୮ ଜଣ ପ୍ରତିନିଧିଙ୍କୁ ବିଧାନସଭା ପଠାଇଛନ୍ତି ରାଜ୍ୟବାସୀ । ତେଣୁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ ସରକାର କାର୍ଯ୍ୟ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ସେହିପରି ସେ ଆହୁରି କହିଛନ୍ତି ସମ୍ବଲପୁରର ଅଧିକାରୀମାନଙ୍କ ସହ ଆଲୋଚନା ହୋଇଛି । ବର୍ଷା ଦିନେ ସମ୍ବଲପୁର ସହର ହେଉଥିବା ଅସୁବିଧାର ଦୂରୀକରଣ,ପିଇବା ପାଣି, ସ୍ୱଚ୍ଛତା, ପ୍ରଧାନମନ୍ତ୍ରୀ ଆବାସ, ସ୍ପୋର୍ଟ କମ୍ପ୍ଲେକ୍ସ ଆଦି ବିଷୟରେ ଆଲୋଚନା କରାଯାଇଛି l

ସେହିପରି ରାଜ୍ୟର 30 ଟି ଜିଲ୍ଲାରେ 50 ଟି ଆଧୁନିକ ସହର ତିଆରି କରିବା, ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ଦୃଷ୍ଟି ଦେବା, NH-55 ର କାମ ଶୀଘ୍ର ଶେଷ କରିବା, ସିନ୍ଦୁର ପଙ୍କରୁ ରକ୍ସାପାଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଷ୍ଟ୍ରିଟ ଲାଇଟ ଲାଗିବା, ପଡିଆବାହାଲରୁ ଗୋଶାଳା ପର୍ଯ୍ୟନ୍ତ 18 କିମି ରାସ୍ତା ନିର୍ମାଣ, ଟର୍ମିନାଲ ମାର୍କେଟ କମ୍ପ୍ଲେକ୍ସ, ଆଦିକୁ ଗୁରୁତ୍ୱ ଦେଇ ସମ୍ବଲପୁରକୁ ଶ୍ରୀମନ୍ତ ସହର କରିବା ଦିଗରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ l

ସମ୍ବଲପୁର ଲୋକସଭାରୁ ସାଂସଦ ଭାବରେ ନିର୍ବାଚିତ ହୋଇ ମୋଦି ସରକାରଙ୍କ ଥାର୍ଡ ଟର୍ମରେ ଶିକ୍ଷା ମନ୍ତ୍ରୀ ଦାୟିତ୍ବ ନେବା ପରେ ଧର୍ମେନ୍ଦ୍ରଙ୍କର ଏହା ପ୍ରଥମ ସମ୍ବଲପୁର ଗସ୍ତ । ନିର୍ବାଚନ ସମୟରେ ଯେୁଁ ସବୁ ମନ୍ଦିର ଦର୍ଶନ କରି ବିଜୟ ପାଇଁ ଆଶୀର୍ବାଦ ମାଗିଥିଲେ ସେହି ସବୁ ମନ୍ଦିର ଯାଇ ଦର୍ଶନ କରିଛନ୍ତି ଧର୍ମେନ୍ଦ୍ର । ସମ୍ବଲପୁରର ଲୋକସଭା କ୍ଷେତ୍ରରୁ ସାଂସଦ ଭାବରେ ନିର୍ବାଚିତ ହୋଇ ମୋଦୀ ସରକାରର ତୃତୀୟ ପାଳିରେ ଶିକ୍ଷା ମନ୍ତ୍ରୀ ଦାୟିତ୍ବ ନେବା ପରେ ଧର୍ମେନ୍ଦ୍ରଙ୍କ ଏହା ପ୍ରଥମ ସମ୍ବଲପୁର ଗସ୍ତ l ତାଙ୍କ ଗସ୍ତକୁ ନେଇ କର୍ମୀ ଓ ସମ୍ବଲପୁରବାସୀଙ୍କ ମନରେ ଅନେକ ଉତ୍ସାହ ରହିଥିଲା l 

ନିର୍ବାଚନ ସମୟରେ ଯେଉଁ ସବୁ ମନ୍ଦିର ଦର୍ଶନ କରି ବିଜୟ ଆଶୀର୍ବାଦ ମାଗିଥିଲେ ବିଜୟ ପରେ ସେହି ମନ୍ଦିର ଗୁଡିକୁ ଯାଇ ଦର୍ଶନ କରିଛନ୍ତି l ମନ୍ଦିର ଦର୍ଶନ ସହ ସମ୍ବଲପୁର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ଘରକୁ ଯାଇ ସାକ୍ଷାତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ l ମନ୍ଦିର କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି l ସେହିପରି ଦାନୀପାଲିରେ କୁଇଲତା ସମାଜର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି l ଏହାପରେ ଝାରସୁଗୁଡା ବିମାନବନ୍ଦରରୁ ସିଧା ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.