ବର୍ଷା ଅଭାବରୁ ଉଜୁଡିବାକୁ ବସିଲାଣି କ୍ଷେତ, ହତାଶ ଚାଷୀ

Published By : Prameya-News7 Bureau | June 19, 2024 IST

କଟକ ୧୯/୬: ଏଥର ସଅଳ ମୌସୁମୀ ଆସିଥିଲେ ମଧ୍ୟ ବର୍ଷାର ଦେଖାନାହିଁ । ଚାଷୀଙ୍କୁ ହତାଶ କରିଛି ମୌସୁମୀର ଲୁଚକାଳି ଖେଳ । ଖରିଫ ଧାନ ଚାଷ ପାଇଁ ଖରୁଡି ବୁଣିଥିଲେ ଚାଷୀ । ହେଲେ ପାଣି ଅଭାବରୁ ସେସବୁ ଉଜୁଡି ଯିବାକୁ ବସିଲାଣି ।  ଆଗକୁ ଧାନ ଚାଷ ବଞ୍ଚାଇବାକୁ ହେଲେ ତଳି ରୋଇବାକୁ ହେବ ଯାହା ବହୁତ ବ୍ୟୟ ବହୁଳ । । ସପ୍ତାହେ ଭିତରେ ଭଲ ବର୍ଷା ନହେଲେ ଖରିଫ ଚାଷ ପ୍ରଭାବିତ ହେବାର ଆଶଙ୍କା କଲେଣି ଚାଷୀ । ସେପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛି । ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ନଥିଲେ ମଧ୍ୟ ଏହାକୁ କିପରି ଏଡାଇ ହେବ, ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନିଆଯାଉଛି । ଖୁବ ଶୀଘ୍ର ପଦକ୍ଷେପ ନିଆଯିବ । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.