୩ ଘଣ୍ଟା ମୃତଦେହ ଧରି ରାସ୍ତାରେ ବସିଲେ ଲୋକେ,ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥିତି ସ୍ବାଭାବିକ

Published By : Prameya-News7 Bureau | June 19, 2024 IST

କେନ୍ଦୁଝର ୧୯/୬: ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ପରେ ଉତ୍ତେଜନା । ୩ ଘଣ୍ଟା ଧରି ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ । ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ । ବୁଧବାର ପ୍ରାୟ ସକାଳ ୯ଟା ସମୟରେ କାଳସୁଇ ଗାଁର ନରେନ୍ଦ୍ର ମହାନ୍ତ କେନ୍ଦୁଝରରୁ କାମ ସାରି ବାଇକରେ ଫେରୁଥିଲେ । NH-୨୦ ନିକଟ ଧୃପଦା ଓଭର ବ୍ରିଜ ନିକଟରେ ଏକ ଟ୍ରକ ନରେନ୍ଦ୍ରଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । 

ଦୁର୍ଘଟଣା ପରେ ତାତିଥିଲେ ସ୍ଥାନୀୟ ଲୋକେ । ରାସ୍ତାରେ ହମ୍ପସ ନିର୍ମାଣ, ସିସିଟିଭି କ୍ୟାମେରା ଲଗାଇବା ସହ ଟ୍ରାଫିକ ପୋଲିସ ରହିବା ଦାବିରେ ମୃତଦେହ ଧରି ୩ ଘଣ୍ଟା ରାସ୍ତା ଅବରୋଧ କରିଥିଲେ । ରାସ୍ତାରୋକ ଯୋଗୁ ଶହ ଶହ ଗାଡି ଅଟକି ରହିଥିଲା । ପୋଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ରାସ୍ତା ଅବରୋଧ ହଟିବା ସହ ଯାତାୟତ ସ୍ବାଭାବିକ ହୋଇଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.