କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ଆହତ,ତଦନ୍ତ କରୁଛି ପୋଲିସ

Published By : Prameya-News7 Bureau | June 26, 2024 IST

ଭଦ୍ରକ ୨୬/୬: ଭଦ୍ରକ ଜିଲ୍ଲାରେ ପୁଣି ରାଜନୈତିକ ହିଂସା ଅଭିଯୋଗ । କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ଆହତ । ଗବସାହି ଅଞ୍ଚଳର ବ୍ୟବସାୟୀ ବଳରାମ ନାୟକ ଚଳିତ ନିର୍ବାଚନରେ ବିଜେପି ପାଇଁ କାମ କରୁଥିଲେ । ଏଥିପାଇଁ କିଛି କଂଗ୍ରେସ କର୍ମୀ ତାଙ୍କ ଉପରେ ରାଗ ରଖିଥିଲେ । ମଙ୍ଗଳବାର ସଂଧ୍ୟାରେ ଗୁହାଳିଆ ପୋଲ ଉପରେ ବଳରାମଙ୍କୁ ଆକ୍ରମଣ କରିଥିଲେ କଂଗ୍ରେସ କର୍ମୀ । ବଳରାମଙ୍କ ଆଖି ସମେତ ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଏବେ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ବଳରାମ । ତାଙ୍କ ଅଭିଯୋଗ ଆଧାରରେ ଘଟଣାର ଛାନଭିନ କରୁଛି ଗ୍ରାମାଞ୍ଚଳ ଥାନା ପୋଲିସ । 

You Can Read:

ବିଜେପି କର୍ମୀ ଦିଲ୍ଲୀପ ପାହାନ ହତ୍ୟା ଘଟଣା, ଗିରଫ ସଂଖ୍ୟା ୨୧କୁ ବୃଦ୍ଧି

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.