୧୫ ଦିନ ଧରି ଅନ୍ଧାରରେ ବୁଢୀକୁଦ ଗାଁ, ପ୍ରତିବାଦରେ ବିଦ୍ୟୁତ ଅଫିସ ଘେରିଲେ ଲୋକେ

Published By : Prameya-News7 Bureau | June 19, 2024 IST

ଆନନ୍ଦପୁର ୧୯/୬: ଗାଁରେ ୧୫ ଦିନରୁ ଅଧିକ ହେବ କରେଣ୍ଟ ନାହିଁ । ଗରମ ଗୁଳୁଗୁଳି ସାଙ୍ଗକୁ ଅନ୍ଧାରରେ ଧନ୍ଦି ହେଉଛନ୍ତି ଲୋକେ । ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନାହାନ୍ତି । କେତେଦିନ ଆଉ ସହିବେ । ଗାଁ ଲୋକ ମିଶି ବିଦ୍ୟୁତ ବିଭାଗ ଅଫିସ ଘେରିଛନ୍ତି । ଟ୍ରାନ୍ସଫର୍ମର ପୋଡିଯିବାରୁ ଆନନ୍ଦପୁର ବ୍ଲକ ଆଦିବାସୀ ଗାଁ ବୁଢୀକୁଦ ଅନ୍ଧାରରେ ରହିଛି ।  ଏତେଦିନ ଧରି ଅନ୍ଧାରରେ ରହିବା ପରେ ତାତିଛନ୍ତି ଲୋକେ । ସମସ୍ତେ ମିଶି ବିଦ୍ୟୁତ ବିତରଣ ସଂସ୍ଥା TPNODL ଅଫିସ ଘେରାଉ କରିଛନ୍ତି । ଗାଁକୁ ବିଦ୍ୟୁତ ଯୋଗାଣ ନହେବା ଯାଏ ଘେରାଉ ଜାରି ରଖିବେ ବୋଲି କହିଛନ୍ତି ଅଞ୍ଚଳବାସୀ । ଏନେଇ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.