୩୦ ହଜାର ଚାଷୀ ହେବେ ଉପକୃତ, ଚାକିରୀ ପାଇବେ ବେକାର ଯୁବକ ଯୁବତୀ

Published By : Prameya-News7 Bureau | June 19, 2024 IST

ବାଙ୍କୀ ୧୯/୬: ବାଙ୍କୀ ବାଆଁରାଠାରେ ଇଥାନଲ ପ୍ଲାଣ୍ଟ ଉଦଘାଟିତ । ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ,ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ କଂପାନୀ କର୍ମଚାରୀଙ୍କ ଉପସ୍ଥିତିରେ ପ୍ଲାଣ୍ଟର ଉଦ୍‌ଘାଟନ କରାଯାଇଛି । । ୧୨୫ କିଲୋମିଟର କ୍ଷମତା ବିଶିଷ୍ଟ ଇଥାନଲ ପ୍ଲାଣ୍ଟଟି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ। ପ୍ଲାଣ୍ଟ ନିର୍ମାଣ ହେବା ଦ୍ବାରା ଅନେକ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇବା ସହ ହଜାର ହଜାର ଚାଷୀ ଉପକୃତ ହେବେ । 

ଭଙ୍ଗା ଖୁଦ ଚାଉଳ ଓ ଗୁଣ୍ଡମକ୍କାରୁ ଇଥାନଲ ପ୍ରସ୍ତୁତ ହୋଇଥାଏ ,ଯାହା ଜୈବ ଇନ୍ଧନ ଭାବେ ପେଟ୍ରୋଲିୟମ ସହ ମିଶ୍ରଣ କରାଯିବ । ଏହା ସଂପୂର୍ଣ୍ଣ ଜିରୋ ପ୍ରଦୂଷଣ ମୁକ୍ତ ବୋଲି ଲୋକଙ୍କୁ କହିଛନ୍ତି  ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଧାୟକ ଦେବୀ ତ୍ରିପାଠୀ । ସେପଟେ ଇଥାନଲ ପ୍ଲାଣ୍ଟ ଉଦ୍‌ଘାଟନକୁ ଯିବା ବାଟରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ମୁଣ୍ଡନୀ ଅଧିବାସୀ ଗୋବିନ୍ଦପୁର ଛକ ଠାରେ ସାଂସଦ ଅପରାଜିତାଙ୍କୁ ଅଟକାଇ ଦାବି ପତ୍ର ଦେଇଥିଲେ । ଇଥାନଲ ପ୍ଲାଣ୍ଟ ହେବା ଦ୍ବାରା ସ୍ଥାନୀୟ ଲୋକଙ୍କ ଯେପରି କୌଣସି ଅସୁବିଧା ନହୁଏ ତା ଉପରେ ଦୃଷ୍ଟି ଦେବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.