ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ

Published By : Prameya-News7 Bureau | June 26, 2024 IST

ଭୁବନେଶ୍ବର ୨୬।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ା ବୁଧବାର ଦିଲ୍ଲୀ ଗସ୍ତ କରିବେ । ରାଜ୍ୟରେ ବିଜେପି ସରକାର କରିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବେ । ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀର ଭେଟିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ମଧ୍ୟ ମୋହନ ଚରଣ ମାଝୀ, କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ା ଭେଟିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । 

ସେହିପରି ଦଳର ଶୀର୍ଷ ଆଉ କିଛି ନେତୃତ୍ବଙ୍କୁ ମଧ୍ୟ ଭେଟି ଆଲୋଚନା କରିବା ନେଇ ସୂଚନା ରହିଛି । ଦେଶ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର । ଏହାକୁ ନେଇ ଓଡ଼ିଶାରେ ବିଜେପି ସରକାର କିଭଳି କାମ କରିବ । ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ କିଭଳି ରାଜ୍ୟରେ ନୂଆ ବିଜେପି ସରକାର କାର୍ଯ୍ୟକାରୀ କରିବେ, ସେନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ କରିବେ ଆଲୋଚନା ।

You Can Read :

ବୁଧବାର ବସିବ ଦ୍ବିତୀୟ ରଥଯାତ୍ରା ସମନ୍ୱୟ ବୈଠକ, ବିଭିନ୍ନ ବିଭାଗର କାର୍ଯ୍ୟ ତଦାରଖ ହେବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.