ଡିପ୍‌ଥେରିଆ ରୋକିବାକୁ ସ୍ବାସ୍ଥ୍ୟ ବିଭାଗର ବଡ ପଦକ୍ଷେପ,କାଶିପୁରରେ ଚାଲିଛି ଟିକାକରଣ

Published By : Prameya-News7 Bureau | June 19, 2024 IST

ରାୟଗଡା ୧୯/୬: ଡିପ୍‌ଥେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗର ବଡ ପଦକ୍ଷେପ । ରାୟଗଡା କାଶିପୁରରେ ଡିପ୍‌ଥେରିଆ ଟିକାକରଣ ଆରମ୍ଭ ହୋଇଯାଇଛି । ୧ବର୍ଷ ବୟସ କିମ୍ବା ତା ଠାରୁ କମ୍‌ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ । ସେହିପରି ୫ରୁ ୧୫ ବର୍ଷ ବୟସ୍କଙ୍କୁ ଦିଆଯିବ ଟିଡି ଡୋଜ । ସର୍ଭିଲାନ୍ସ ସରିବା ପରେ ସଂକ୍ରମଣ ବ୍ୟାପିଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ ଦିଆଯିବ । ଡିପଥେରିଆ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଣ୍ଟି ବାୟୋଟିକ ଦିଆଯାଇଛି । ଆଗକୁ କଳାହାଣ୍ଡି,କନ୍ଧମାଳ,ନବରଙ୍ଗପୁର ଓ ମାଲକାନଗିରିରେ ସର୍ଭିଲାନ୍ସ କରାଯିବ ।ସଂକ୍ରମଣର ରୂପ ନେଇ ଚିନ୍ତା ବଢାଉଛି ଡିପ୍‌ଥେରିଆ । ଏବେ ସୁଦ୍ଧା ୩ ଜିଲ୍ଲା ରାୟଗଡା,କଳାହାଣ୍ଡି ଓ କୋରାପୁଟରୁ ୨୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ରାୟଗଡାରୁ ୧୫ ରୋଗୀ ଚିହ୍ନଟ ହୋଇଥିବାବେଳେ ୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ବାୟୁ ଦ୍ବାରା ଏହି ସଂକ୍ରମଣ ବ୍ୟାପୁଥିବାରୁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣର ମୁକାବିଲା ପାଇଁ ୩ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିମ୍‌ ମିଳିତ ଭାବେ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପ୍ରାୟ ୨୦ ବର୍ଷ ପରେ ବିଲୁପ୍ତପ୍ରାୟ ରୋଗ ଡିପ୍‌ଥେରିଆ ଓଡ଼ିଶାକୁ ଫେରିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.