ସମ୍ବଲପୁରରେ ଜଣ୍ଡିସ୍‌ ଆତଙ୍କ, ଏବେ ଯାଏଁ ହେଲେଣି ୨୨ ଆକ୍ରାନ୍ତ

Published By : Prameya-News7 Bureau | June 20, 2024 IST

ସମ୍ବଲପୁର ୨୦।୦୬ : ଦୀର୍ଘ ଏକ ଦଶନ୍ଧି ପରେ ସମ୍ବଲପୁରରେ ଦେଖାଦେଇଛି ଜଣ୍ଡିସ୍ ଆତଙ୍କ। ଆଜି ଯାଏଁ ସମୁଦାୟ ୨୨ ଜଣ ଆକ୍ରାନ୍ତ ଚିହ୍ନ ହୋଇଥିବା ଜଣାପଡିଛି । ସହରର କୁମ୍ଭାରପଡା, ଶାଲିଆବଗିଚା ଓ ପେନସନପଡାରେ ଏହି ୨୨ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।


 ସେପଟେ ଜଣ୍ଡିସ୍ କାୟା ମେଲାଉଥିବା ସ୍ପଷ୍ଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟକର୍ମୀମାନେ ବିଭିନ୍ନ ପଡ଼ାକୁ ଯାଇ ଲୋକଙ୍କୁ ସଚେତନ କରାଉଛନ୍ତି । ରାସ୍ତା କଡ଼ରେ ବିକ୍ରି ହେଉଥିବା ଗୁପଚୁପ୍, ଆଦି ପାଣିର ନମୁନାରୁ ଜଣ୍ଡିସ୍ ଭୂତାଣୁ ଠାବ ହୋଇଛି । ବିଭିନ୍ନ ସ୍ଥାନରୁ ପାଣିର ନମୁନା ସଂଗ୍ରହ ସଚେତନ ଚାଲିଛି। ରିପୋର୍ଟ ଆସିବା ପରେ ବାସ୍ତବ ସ୍ଥିତି ସ୍ପଷ୍ଟ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି | ସମ୍ପୃକ୍ତ ଅଞ୍ଚଳରେ ସହ ଏହି ୨୨ ଜଣ ଆକ୍ରାନ୍ତ ଗତ ଗୋଟିଏ ମାସ ଭିତରେ ଚିହ୍ନଟ ହୋଇଥିବା ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.