ଜମିବାଡି ବିବାଦରୁ ମା’-ଝିଅଙ୍କୁ ଆକ୍ରମଣ : ଚିକିତ୍ସାଧିନ ଅବସ୍ଥାରେ ଝିଅଙ୍କ ମୃତ୍ୟୁ, ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମା’

Published By : Prameya-News7 Bureau | June 18, 2024 IST

ସମ୍ବଲପୁର ୧୮।୬: ଚିକିତ୍ସାଧିନ ଅବସ୍ଥାରେ ଆକ୍ରମଣରେ ଗୁରୁତର ଯୁବତୀଙ୍କ ମୃତ୍ୟୁ ଘଟିଛି । ଏବେବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯୁବତୀଙ୍କ ମା’ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ଜମି ବିବାଦକୁ ନେଇ ଶୁକ୍ରବାର ଅର୍ଥାତ ୧୪ ତାରିଖରେ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଫାଟକ ପାଖ ମହାମାୟ ମନ୍ଦିର ନିକଟରେ ମା’ ଓ ଝିଅଙ୍କୁ ପଡ଼ୋଶୀ ଛୁରା ମାଡ଼ କରିଥିଲା । ଗୁରୁତର ଅବସ୍ଥରେ ଉଭୟ ମା’-ଝିଅ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ଝିଅ ପାୟଲ ଦାସଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ବର୍ତ୍ତମାନ ମା’ ଇନ୍ଦୁ ଦାସ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏହି ମାମଲାରେ ପୋଲିସ ଅଭିଯୁକ୍ତ ପଡ଼ୋଶୀ ସୁରଜ କୁମାର ହାତୀ ଓରଫ ଟିକୁକୁ ଗିରଫ   କରି କୋର୍ଟ ଚାଲାଣ ପରେ ଜେଲ୍ ପଠାଇଛି ।

You Can Read :

ପଥରବନ୍ଧ ବସ୍ତିରେ ଗୋଷ୍ଠୀ ସଂଘର୍ଷ : ଦୁଇ ଯୁବକ ଗୁରୁତର, ୩ ଅଟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.