NEET ପରୀକ୍ଷାରେ କିଛି ସ୍ଥାନରେ ଅନିୟମିତତା ଅଭିଯୋଗକୁ ମାନିଲେ ଧର୍ମେନ୍ଦ୍ର

Published By : Prameya-News7 Bureau | June 16, 2024 IST

ସମ୍ବଲପୁର ୧୬/୬: NEET ଅବ୍ୟବସ୍ଥା ନେଇ ସ୍ବୀକାର କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ସମ୍ବଲପୁର ଗସ୍ତ ସମୟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି NEET ପରୀକ୍ଷାରେ କିଛି ସ୍ଥାନରେ ଅନିୟମିତତା ହୋଇଛି । ଦୋଷୀଙ୍କୁ ଛଡାଯିବନି। ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ୬ଟି ସ୍ଥାନରେ ଅବ୍ୟବସ୍ଥାର ଖବର ଆସିଥିଲା ଏବେ ଆଉ ୨ଟି ସ୍ଥାନରୁ ଅବ୍ୟବସ୍ଥାର ଖବର ଆସିଛି । ମେଧାବୀ ଛାତ୍ରଙ୍କ ସ୍ବାର୍ଥ ଉପରେ କୌଣସି ଆଞ୍ଚ ଆସିବାକୁ ଦିଆଯିବନି । ଯଦି ଏଥିରେ NTAର ବଡ ଅଧିକାରୀ ସାମିଲ ଥିବେ ତାଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । 


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.