ଦ୍ଵାରଶୁଣି ଘାଟିରେ ଧସିଲା ମାଟି ଅତଡ଼ା, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

Published By : Prameya-News7 Bureau | September 14, 2024 IST

ବାରିପଦା ୧୪।୯: ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟିରେ ଧସିଲା ମାଟି ଅତଡ଼ା । ଫଳରେ ସେହି ରାସ୍ତା ଦେଇ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା । 

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟି ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥରେ ଧସିଲା ପ୍ରାୟ ୨୦ ଫୁଟ ଓସାରର ମାଟି ଅତଡ଼ା । ଫଳରେ ଦୀର୍ଘ ସମୟ ଧରି ସେହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା । ତେବେ ଧସିଥିବା ପଥର ଓ ମାଟି ଅତଡା ବାହାର କରାଯିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା । ଲଗାଣ ବର୍ଷା କିମ୍ବା ରାସ୍ତା ପ୍ରଶସ୍ତିକରଣ ପାଇଁ ପଥର ବ୍ଲ।ଷ୍ଟିଂ ପାଇଁ ପଥର ଖସିଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେବେ କ୍ଷୟକ୍ଷତିର ସୂଚନା ନାହିଁ ।

You Can Read:

ଧର୍ମଶାଳା ବିଧାୟକଙ୍କୁ AICC ସଦସ୍ୟାଙ୍କ ଟାର୍ଗେଟ୍, କଳ୍ପତରୁ ଦାସଙ୍କ ପ୍ରତିମୂର୍ତ୍ତିରେ ଗେରୁଆ କପଡ଼ା ଘୋଡାଇବାକୁ କଲେ ସମାଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.