ଦୁଇ ଜଣ ନକଲି ନକ୍ସଲଙ୍କୁ ବାନ୍ଧିଲା ପୋଲିସ, ନକ୍ସଲ ପରିଚୟ ଦେଇ ମାଗୁଥିଲେ ଟଙ୍କା

Published By : Prameya-News7 Bureau | June 26, 2024 IST

ଜୟପୁର ୨୬।୦୬ : ବୈପାରୀଗୁଡା ଓ ଜୟପୁର ସଦର ପୋଲିସକୁ ସଫଳତା । ୨ ନକଲି ନକ୍ସଲଙ୍କୁ ଗିରଫ କରିଛି ପୋଲିସ । ଗିରଫ ନକ୍ସଲମାନେ ହେଲେ ବୈପାରୀଗୁଡାର କୁମା ଗୋଲରୀ ଓ ବିସିଂଗପୁରର ତ୍ରିପାତି ହରିଜନ ବୋଲି ଜଣାପଡିଛି । ବିଭିନ୍ନ ସମୟରେ ଏମାନେ ଠିକାଦାର ଓ ଅନ୍ୟ ଲୋକଙ୍କୁ ନକ୍ସଲ ପରିଚୟ ଦେଇ ଟଙ୍କା ମାଗୁଥିଲେ । ଏମାନଙ୍କ ଠାରୁ ଗୋଟିଏ ମୋବାଇଲ, ଆଧାର କାର୍ଡ, ନକ୍ସଲ ଲୋଗୋ,ମୋବାଇଲ ସିମ୍ ଓ ବାଇକ ଜବତ କରିଛି ପୋଲିସ ।

ଖବର ଅନୁଯାୟୀ, ଏହି ଦୁଇ ଜଣ ବିଭିନ୍ନ ସମୟରେ ନିଜକୁ ନକ୍ସଲ ପରିଚୟ ଦେଇ ଟଙ୍କା ମାଗୁଥିଲେ। ଆଉ ଟଙ୍କା ନଦେଲେ ଜୀବନରେ ମାରିଦେବାର ଧମକ ଦେଉଥିଲେ। ଜଣେ ଠିକାଦାରଙ୍କ ଅଭିଯୋଗ ଆଧାରରେ ବୈପାରୀଗୁଡା ଓ ଜୟପୁର ସଦର ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ଯେ ତ୍ରିପାତି ହରିଜନ ନାଁରେ ମୋବାଇଲ ସିମ୍ କିଣାଯାଇଥିବା ବେଳେ ଏହାକୁ କୁମା ଗୋଲରୀ ବ୍ୟବହାର କରି ନକ୍ସଲ ନାଁରେ ଠିକାଦାରଙ୍କୁ ଧମକ ଦେଉଥିଲା। ବୈପାରୀଗୁଡାରେ ଜଣେ ଠିକାଦାରଙ୍କ ସହଯୋଗୀଙ୍କ ମାଧ୍ୟମରେ ଠିକାଦାରଙ୍କୁ ଟଙ୍କା ମାଗିଥିଲେ । ଯଦି ଟଙ୍କା ନଦେଲେ, ତେବେ ଜୀବନରୁ ମାରି ଦେବାକୁ ଏହି ୨ଜଣ ଧମକ ଦେଇଥିଲେ। ଏହାସହ ସେମାନେ ଏକ ମୋବାଇଲ ନମ୍ବର ପ୍ରଦାନ କରିଥିଲେ। ଏହି ନମ୍ବରକୁ ଟ୍ରାକିଂ କରି ପୋଲିସ ଏମାନଙ୍କୁ କାବୁ କରିଛି। ପୂର୍ବରୁ ଏମାନଙ୍କ ନାଁରେ ଅନ୍ୟ ମାମଲାରେ ବୋରିଗୁମ୍ମା ଓ ମାଲକାନଗିରି ଥାନାରେ ମଧ୍ୟ ଅନ୍ୟ ମାମଲା ଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜୟପୁର ଏସଡିପିଓ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.