ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା କନିଷ୍ଠ ଯନ୍ତ୍ରୀ, ନେଉଥିଲେ ୫ ହଜାର ଟଙ୍କା ଲାଞ୍ଚ

Published By : Prameya-News7 Bureau | September 27, 2024 IST

ବୈପାରୀଗୁଡା ୨୭।୯: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା କନିଷ୍ଠ ଯନ୍ତ୍ରୀ l କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ଯାଳୟ ଠାରେ ମହିଳା କନିଷ୍ଠ ଯନ୍ତ୍ରୀ ଭାନୁମୋତି ଟୁଡୁଙ୍କୁ ଧରିଛି ଜୟପୁର ଭିଜିଲାନ୍ସ ଟିମ୍ l 

କୋରାପୁଟ ଜିଲ୍ଲା ଘୁମର ପଞ୍ଚାୟତର ଜଣେ ହିତାଧିକାରୀଙ୍କ ଠାରୁ ଗାଈ ଗୁହାଳ ନିର୍ମାଣ କାର୍ଯ୍ୟର ବିଲ୍ ପାସ୍ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ରଙ୍ଗବୋଳା ଟଙ୍କା ସହ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ ଟିମ୍ l କନିଷ୍ଠ ଯନ୍ତ୍ରୀ ଧରାପଡିବା ପରେ କାର୍ଯ୍ୟାଳୟରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ l

You Can Read:

କୋର୍ଟରେ ହାଜର ହେଲେ ଭରତପୁର ଥାନାର ୩ ନିଲମ୍ବିତ କର୍ମଚାରୀ : କରାଯିବ ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ଓ ପଲିଗ୍ରାଫ ଟେଷ୍ଟ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.