କୋର୍ଟରେ ହାଜର ହେଲେ ଭରତପୁର ଥାନାର ୩ ନିଲମ୍ବିତ କର୍ମଚାରୀ : କରାଯିବ ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ଓ ପଲିଗ୍ରାଫ ଟେଷ୍ଟ

Published By : Prameya-News7 Bureau | September 27, 2024 IST

ଭୁବନେଶ୍ବର ୨୭।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ କୋର୍ଟରେ ହାଜର ହେଲେ ଭରତପୁର ଥାନାର ୩ ନିଲମ୍ବିତ ପୋଲିସ କର୍ମଚାରୀ । ଭୁବନେଶ୍ବର SDJM କୋର୍ଟରେ ହାଜର ହେଲେ ୩ ପୋଲିସ କର୍ମଚାରୀ । ୩ ପୋଲିସ କର୍ମଚାରୀଙ୍କ ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ଏବଂ ପଲିଗ୍ରାଫ ଟେଷ୍ଟ କରାଯିବ । ଏଥିପାଇଁ କୋର୍ଟର ଅନୁମତି ଲୋଡିଥିଲା କ୍ରାଇମବ୍ରାଞ୍ଚ । 

ସେପଟେ ସମସ୍ତ ଟେଷ୍ଟ ପାଇଁ ସହମତି ପ୍ରକାଶ କରିଛନ୍ତି ୪ ନିଲମ୍ବିତ ପୋଲିସ କର୍ମଚାରୀ । ନିଲମ୍ବିତ ଥାନା ଅଧିକାରୀଙ୍କ ସହ ଆଉ ୪ ଜଣଙ୍କ ହେବ ଟେଷ୍ଟ । SDJM କୋର୍ଟରେ ସହମତି ପ୍ରକାଶ କରିଛନ୍ତି । ଗୁଜରାଟରେ ହେବ ସମସ୍ତ ଟେଷ୍ଟ । ୪ ପୋଲିସ କର୍ମଚାରୀଙ୍କ ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ଏବଂ ପଲିଗ୍ରାଫ ଟେଷ୍ଟ କରାଯିବ । ଟେଷ୍ଟ ପାଇଁ ଅନୁମତି ଲୋଡ଼ିଥିଲା କ୍ରାଇମବ୍ରାଞ୍ଚ । ଭୁବନେଶ୍ବର SDJM କୋର୍ଟରେ ହାଜର ହୋଇଥିଲେ ପୋଲିସ କର୍ମଚାରୀ । ଏଥିପାଇଁ କୋର୍ଟର ଅନୁମତି ଲୋଡିଥିଲା କ୍ରାଇମବ୍ରାଞ୍ଚ । 

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ରାତିରେ ଆର୍ମି ମେଜର  ଓ ତାଙ୍କ ବାନ୍ଧବୀ ପଟିଆରୁ ଭରତପୁରକୁ ରାତିରେ ଆସୁଥିଲେ । ରାସ୍ତାରେ ୨ଟି କାର୍‌କୁ ସେ ଓଭରଟେକ୍‌ କରିଥିଲେ । କାର୍‌ରେ ଥିବା ଯୁବକମାନେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଅଟକାଇ ଦୁର୍ବ୍ୟବହାର ସହ ଆକ୍ରମଣ   କରିଥିଲେ । ଏନେଇ ରାତିରେ  ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ ମେଜର  ଓ ତାଙ୍କ ବାନ୍ଧବୀ । ତେବେ ସେଠାରେ ପୋଲିସ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ଉଭୟଙ୍କୁ ଫଓଲିସ ନିର୍ଯାତନା ଦେଇଥିଲା ବୋଲି ଅଭିଯୋଗ ହୋଇଛି । ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଥାନାରେ ଅଭିଯୋଗ କରିବାକୁ ଆସି ପୋଲିସ ଠାରୁ ମାଡ ଖାଇବା ଓ ନିର୍ଯାତନା ଦିଆଯିବା ଅଭି‌ଯୋଗ ହେବା  ପରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ୱାଇବି ଖୁରାନିଆ । ଏଥିସହ ୫ ପୋଲିସ ଅଫିସରଙ୍କୁ ଡିଜିପି ନିଲମ୍ଵିତ କରିଥିଲେ । ବର୍ତ୍ତମାନ ରାଜଧାନୀର ଭାରତପୁର ଥାନାର ଏହି କାଣ୍ଡ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।  ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତା ଉପରେ ଆକ୍ରମଣ କରିବା ଘଟଣାରେ ୭ ଜଣ ଯୁବକଙ୍କୁ ଚନ୍ଦକା ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିସହ ଗୋଟିଏ ଗାଡି ଓ ୧୧ଟି ମୋବାଇଲ ଫୋନକୁ ପୋଲିସ ସେମାନଙ୍କ ଠାରୁ ଜବତ କରିଥିଲା ।

You Can Read:

ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.