ଜଙ୍ଗଲରେ ଆକ୍ରମଣ କଲା ବିରୁଡି, ନାତିକୁ ବଞ୍ଚାଇବାକୁ ଯାଇ ଜେଜେଙ୍କ ମୃତ୍ୟୁ

Published By : Prameya-News7 Bureau | June 25, 2024 IST

ଲମତାପୁଟ ୨୫।୬: ନାତିକୁ ବଞ୍ଚାଇବାକୁ ଯାଇ ଜେଜେଙ୍କ ମୃତ୍ୟୁ l ବିରୁଡି ଆକ୍ରମଣରେ ଜେଜେଙ୍କ ମୃତ୍ୟୁ ହୋଇଥିବା ବେଳେ ନାତି ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବାରେଙ୍ଗବାଡି ଗାଁରେ ଘଟିଛି ଏଭଳି ଅଘଟଣ । ଜଙ୍ଗଲରେ ଛେଳି ଚରାଇବା ସମୟରେ ବିରୁଡ଼ି ଆକ୍ରମଣ କରିଥିଲେ । ବିରୁଡି ଶୁକୁ ପ୍ରଧାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ନାତି ତିନୁ ପ୍ରଧାନ ଆହତ ହୋଇଛନ୍ତି l

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବାରେଙ୍ଗବାଡି ଗାଁ ନିକଟରେ ଥିବା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ ସୁକୁ ଏବଂ ତାଙ୍କ ନାତି l ଛେଳି ଚରାଇ ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଜଙ୍ଗଲରୁ କିଛି ବିରୁଡି ନାତିକୁ କାମୁଡି ଦେଇଥିଲା l ସଙ୍ଗେ ସଙ୍ଗେ ସୁକୁ ନିଜର ଦେହରୁ ପିନ୍ଧିଥିବା ସାର୍ଟ କାଢି ନାତିକୁ ଢାଙ୍କି ଦେଇଥିଲେ l କିନ୍ତୁ ସୁକୁଙ୍କୁ ବହୁ ବିରୁଡି ମାଛି କାମୁଡି ଆହତ କରିଦେଇଥିଲେ l ଘରକୁ ବହୁ କଷ୍ଟରେ ସୁକୁ ପହଞ୍ଚି ସେଠାରେ ହିଁ ଆଖିବୁଜି ଦେଇଥିଲେ l ଅନ୍ୟପକ୍ଷରେ ନାତିର ମୁହଁ ଫୁଲିଯାଇ ଆହତ ହୋଇ ଚିକିତ୍ସା ଜାରି ରହିଛି l

You Can Read :

ମାସକରେ ମୁକୁଳା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ୍, ସପ୍ତାହ ଭିତରେ ସରିବ ବ୍ୟାରିକେଡ୍ କାମ : BMC କମିଶନର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.