କୋରାପୁଟରେ ଗଡୁନି ଘରୋଇ ବସ୍, ଜିଦ୍‌ରେ ଅଟଳ ବସ୍ ମାଲିକ ଓ କର୍ମଚାରୀ

Published By : Prameya-News7 Bureau | June 15, 2024 IST

କୋରାପୁଟ ୧୫/୬: ତୁଟୁନି ଘରୋଇ ବସ୍‌ ମାଲିକ ଓ କର୍ମଚାରୀ ବିବାଦ । କୋରାପୁଟର ସମସ୍ତ ରୁଟରେ ବସ୍‌ ଚଳାଚଳ ଠପ୍‌ । ହୀନସ୍ତା ହେଉଛନ୍ତି ଯାତ୍ରୀ ।ଶୁକ୍ରବାର ସଂଧ୍ୟାରେ ବସ୍‌ ଚଳାଚଳକୁ ନେଇ ବସ୍‌ ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏ ସଂପର୍କରେ ବସ୍‌ ମାଲିକ ସଂଘକୁ ଜଣାଇଥିଲା କର୍ମଚାରୀ ସଂଘ  । ତେବେ ବସ୍‌ ମାଲିକ ସଂଘ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଧାରଣାରେ ବସିଛି କର୍ମଚାରୀ ସଂଘ ।

ବସ୍‌ ଧର୍ମଘଟ ଯୋଗୁ ଜିଲ୍ଲାର ପ୍ରାୟ ସମସ୍ତ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ ରହିଛି । ଷ୍ଟାଣ୍ଡରେ ଅଟକି ରହିଛି ୪୦ରୁ ଅଧିକ ବସ୍‌ । ଯାତ୍ରୀମାନେ ମଧ୍ୟ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ବସ୍‌ କର୍ମଚାରୀ ସଂଘ କହିଛି ବସ୍‌ ମାଲିକ ମାନେ ଖରାପ ବ୍ୟବହାର କରୁଛନ୍ତି । ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନି ବସ୍‌ ଚଳାଚଳ ବନ୍ଦ ରହିବ । ସେପଟେ ବସ୍ ମାଲିକ ସଂଘର କୌଣସି ପ୍ରତିକ୍ରିୟା ମିଳିପାରିନି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.