ପୋଲିସ ଉପସ୍ଥିତିରେ ୨ ଗୋଷ୍ଠୀ ମୁହାଁମୁହିଁ, ସୁନହଟ୍‌ରେ ପୋଲିସ ଛାଉଣୀ

Published By : Prameya-News7 Bureau | June 17, 2024 IST

ବାଲେଶ୍ବର ୧୭/୬: ସୁନହଟରେ ୨ ଗୋଷ୍ଠୀ ମୁହାଁମୁହିଁରୁ ଉତ୍ତେଜନା ଘଟଣାରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ବର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାଇଚାରା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । 

ସୁନହଟରେ ପୋଲିସ ଉପସ୍ଥିତିରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କଥା କଟାକଟିରୁ ଉଭୟ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ ହୋଇଛି । ପଥର ମାଡରେ ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଛି । ୨ ଗୋଷ୍ଠୀର ଅନେକ ଆହତ ହୋଇ ଥିବାବେଳେ ଗାଡି ଭଙ୍ଗାରୁଜା ହୋଇଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏସ୍‌ପି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉତ୍ତେଜନା ପ୍ରବଣ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ୨ ଗୋଷ୍ଠୀର ମୁରବୀ ମାନଙ୍କୁ ନେଇ ଆଲୋଚନା କରୁଛି ପୋଲିସ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.