ରତ୍ନଭଣ୍ଡାର ଭିତରେ ବାହାରିଲାନି ସାପ, ଆମକୁ ଭିତରକୁ ଯିବାକୁ ପଡିଲା ନାହିଁ : ଶୁଭେନ୍ଦୁ ମଲ୍ଲିକ

Published By : Prameya-News7 Bureau | July 18, 2024 IST

ପୁରୀ ୧୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇଛି । ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀମନ୍ଦିରରୁ ବାହାରକୁ ଆସିଲେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ । ଏହାପରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସରିଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା । ରତ୍ନଭଣ୍ଡାର ଭିତରେ କୌଣସି ସାପ କିମ୍ବା ସରୀସୃପ ବାହାରି ନାହିଁ । ସେଥିପାଇଁ ଆମକୁ ଭିତରକୁ ଯିବାକୁ ପଡିଲା ନାହିଁ ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

ସେପଟେ ଶ୍ରୀମନ୍ଦିର ବାହାରକୁ ଓଡ୍ରାଫ ଟିମ୍ ମଧ୍ୟ ଆସିଛନ୍ତି । ଆବଶ୍ୟକ ସରଞ୍ଜାମ ଧରି ଶ୍ରୀମନ୍ଦିର ବାହାରକୁ ଆସିଲେ ଓଡ୍ରାଫ ଟିମ୍ । ରତ୍ନଭଣ୍ଡାର ଖୋଲିବା ନେଇ ଓଡ୍ରାଫ ଟିମ୍ ଶ୍ରୀମନ୍ଦିର ଭିତରେ ସଜାଗ ଥିଲେ । ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଶ୍ରୀମନ୍ଦିର ବାହାରକୁ ଆସିଲେ ଓଡ୍ରାଫ ଟିମ୍ ।

You Can Read:

ବାଇକ୍ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.