'ରାମାୟଣ'ରେ ହନୁମାନ ହେବେ ସନ୍ନି ଦେଓଲ, କହିଲେ-ଚରିତ୍ରଟି ମୋ ପାଇଁ ଚ୍ୟାଲେଞ୍ଜିଂ ହେବ…

Published By : Prameya-News7 Bureau | April 10, 2025 IST

ମୁମ୍ଵାଇ ୧୦।୦୪; ବଲିଉଡ୍‌ରେ ଅ‌ନେକ ଦିନରୁ ଫିଲ୍ମ ‘ରାମ‌ାୟଣ’କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା । ‘ଦଙ୍ଗଲ୍‌’ ଏବଂ ‘ଛିଛୋରେ’ ପରି ଫିଲ୍ମ ବନାଇଥିବା ନିର୍ମାତା ନିତେଶ ତିୱାରୀ ‘ରାମାୟଣ’କୁ ବଡ଼ ପରଦାରେ ଦେଖାଇବାର ଯୋଜନା କରିଛନ୍ତି। ଏହି ବିଗ୍‌ ବଜେଟ୍‌ ଫିଲ୍ମର ସୁଟି ମଧ୍ୟ ଆରମ୍ଭ ହୋଇଯାଇଛି। ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ସାଇ ପଲ୍ଲବୀ ନଜର ଆସିବେ ବୋଲି ଜଣାପଡ଼ିସାରିଥିବା ବେଳେ ରାବଣଙ୍କ ଚରିତ୍ରରେ ନଜର ଆସିବେ କେଜିଏଫ ଷ୍ଟାର ୟଶ।

ଏହି ୩ଜଣକ ନାମକୁ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଆଉ ଜଣେ କଳାକାର ଫିଲ୍ମ ସହ ଯୋଡି ‌ହୋଇଛନ୍ତି। କୁହାଯାଉଥିଲା ଯେ, ସୁପରଷ୍ଟାର ସନ୍ନି ଦେଓଲ ଫିଲ୍ମରେ ପ୍ରଭୁ ହନୁମାନଙ୍କ ଭୂମିକାରେ ନଜର ଆସିବେ। ଏବେ ଏହି ଖବରକୁ ନିଶ୍ଚିତ କରିଛନ୍ତି ସନ୍ନି। ରିଲିଜ୍ ହେବାକୁ ଥିବା ଫିଲ୍ମ ଜାଟ୍‌ର ପ୍ରଚାର ବେଳେ ସନ୍ନି ସ୍ବୀକାର କରି କହିଛନ୍ତି, " ହଁ ମୁଁ ରାମାୟଣରେ ପ୍ରଭୁ ହନୁମାନଙ୍କ ଚରିତ୍ରରେ କାମ କରୁଛି। ଏହି ଚର୍ଚ୍ଚା ସତ୍।" ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଧାର୍ମିକ କି ନାହିଁ, ସେତେବେଳେ ଦେଓଲ ଉତ୍ତର ଦେଇଥିଲେ, "କିଏ ଭଗବାନଙ୍କୁ ମାନେ ନାହିଁ? ଆମେ ସବୁ ଏଠାରେ ତାଙ୍କ ପାଇଁ ଅଛୁ।

ସନ୍ନିଙ୍କୁ ଆହୁରି ପଚରାଯାଇଥିଲା କି  କଣ ଷନୁମାନ ରୋଲ କରିବା ଚ୍ୟାଲେଞ୍ଜିଂ କି ? ସେ କହିଥିଲେ କଳାକାରଙ୍କୁ ଚ୍ୟାଲେଞ୍ଜିଂ ଜିନିଷ ପସନ୍ଦ, କାହିଁକି ସେଥିରେ ମଜା ଆସେ । ଆମେ ଚରିତ୍ରକୁ ହୃଦୟରୁ ନିଭାଇଥାଉ ସହ ଅଭିନୟ ଭିତରେ ହଜିଯାଉ । ଯେମିତି ଦର୍ଶକ ଆମକୁ ପସନ୍ଦ କରିବେ ।  ମୁଁ ଏପର୍ଯ୍ୟନ୍ତ ସୁଟିଂ ଆରମ୍ଭ କରି ନାହିଁ ।  ଏହି ଫିଲ୍ମ ସବୁଠି ବଡ ଫିଲ୍ମ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.