ଭୁବନେଶ୍ବର ୬।୧୧: କନ୍ଧମାଳ ଆମ୍ବ ଟାକୁଆ ଖାଇ ମୃତ୍ୟୁ ପ୍ରସଙ୍ଗରେ ଜବାବ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ବିଜେଡି-କଂଗ୍ରେସର କେତେ ନୈତିକତା ଅଛି ଆମେ ଜାଣିଛୁ । ଆମେ କନ୍ଧମାଳର ଆଦିବାସୀ ଲୋକଙ୍କୁ ବାରମ୍ବାର ସଚେତନ କରିଛୁ । ହେଲେ ସେମାନେ ଅଭ୍ୟାସଗତ ଭାବେ ଆମ୍ବ ଟାକୁଆ ଖାଆନ୍ତି । ସେମାନଙ୍କୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସର ଚାଉଳ ଆଗୁଆ ଦିଆଯାଇଛି । ଅକ୍ଟୋବର ମାସର ଚାଉଳ ଦିଆଯାଇଥାନ୍ତା । ତେଣୁ ଚାଉଳ ବିନା ସେମାନେ ଆମ୍ବ ଟାକୁଆ ଖାଇବା କଥା ଯାହା କୁହାଯାଉଛି ତାହା ଭୁଲ କଥା । ମୁଖ୍ୟମନ୍ତ୍ରୀ RDC ତଦନ୍ତ ନିର୍ଦ୍ଦେଶ ଦେଇସାରିଛନ୍ତି । ବିଚାର ବିଭାଗୀୟ ତଦନ୍ତର ଆବଶ୍ୟକତା ନାହିଁ । ମନ୍ତ୍ରୀଙ୍କ ଇସ୍ତଫା ଯେଉଁମାନେ ଦାବି କରୁଛନ୍ତି ତାଙ୍କର କେତେ ନୈତିକତା ଅଛି ଆମେ ଜାଣିଛୁ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
କନ୍ଧମାଳ ଆମ୍ଵ ଟାକୁଆ ଖାଇ ମୃତ୍ୟୁ ଘଟଣା : ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ ଦାବି କଲା ବିଜେଡି