ନୂଆଦିଲ୍ଲୀ: ନମ୍ବର ୱାନ୍ରେ ଟିମ୍ ଇଣ୍ଡିଆ ଓ ଟିମ୍ ଇଣ୍ଡିଆର ଖେଳାଳି। କ୍ରିକେଟର ତିନୋଟି ଫର୍ମାଟ୍ରେ ଦଳ ଏବେ ଦୁଇଟି(ଟି-୨୦ ଓ ଦିନିକିଆ) ନମ୍ବର ୱାନ୍ରେ ରହିଛି। ସେହିପରି ଖେଳାଳିମାନେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ରେ ନମ୍ବର ୱାନ୍ ପୋଜିସନରେ ରହୁଛନ୍ତି ଓ ପୁରସ୍କାର ବି ଜିତୁଛନ୍ତି।
ICC ଟି-୨୦ ପୁରୁଷ ବର୍ଗର କ୍ରିକେଟ୍ ଅଫ୍ ଦି ଇୟର ୨୦୨୨ ପୁରସ୍କାର ଜିତିଛନ୍ତି ସୂର୍ଯ୍ୟ କୁମାର ଯାଦବ। ଏନେଇ ଆଇସିିସି ଟ୍ୱିଟ୍ କରି ସୂଚନା ଦେଇଛି। ଆଇସିସି ୱେବ୍ସାଇଟ୍ରେ ମଧ୍ୟ ୨୦୨୨ରେ ଟି-୨୦ ଫର୍ମାଟ୍ରେ ତାଙ୍କର ଜବରଦସ୍ତ ବ୍ୟାଟିଂ ରହିଛି।
wp:heading {"level":3}ପଢନ୍ତୁ- ICC ଦିନିକିଆରେ ମହମ୍ମଦ ସିରାଜଙ୍କ ଧମାଲ, ସମସ୍ତଙ୍କୁ ପଛରେ ପକାଇ ହେଲେ ନମ୍ବର ୧ ବୋଲର
/wp:heading wp:html/wp:htmlPresenting the ICC Men's T20I Cricketer of the Year 2022 👀#ICCAwards
— ICC (@ICC) January 25, 2023
କ୍ୟାଲେଣ୍ଡର ଇଅର ୨୦୨୨ରେ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ରନ୍ କରିଛନ୍ତି। ଗୋଟିଏ ବର୍ଷରେ ଟି-୨୦ ଫର୍ମାଟ୍ରେ ୧୦୦୦ ରନ୍ ପୂରା କରିଥିବା ସେ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି। ୨୦୨୨ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ୧୮୭. ୪୩ ବ୍ୟାଟିଂ ରେଟ୍ରେ ସର୍ବାଧିକ ୧୧୧୬ ରନ୍ ସଂଗ୍ରହ କରିଛନ୍ତି। ତା ସହ ୨୦୨୨ ଟି-୨୦ ଫର୍ମାଟ୍ରେ ସୂର୍ଯ୍ୟକୁମାର ସର୍ବାଧିକ ୬୮ଟି ଛକ୍କା ମାରିଥିଲା। ଯାହା ପୂର୍ବରୁ କୌଣସି ବ୍ୟାଟର୍ କରି ନଥିଲେ।
ସୂର୍ଯ୍ୟକୁମାର ଯାଦବଙ୍କ ଅନ୍ତର୍ଜାତୀୟ ଟି-୨୦ ରେକର୍ଡ
୪୫ ମ୍ୟାଚ୍ରେ ୪୩ ଇନିଂସ୍ ଖେଳିଛନ୍ତି।
୧୫୭୮. ରନ୍, ଷ୍ଟ୍ରାଇକ୍ ରେଟ୍ ୪.୧ ହାରାହାରି ରେଟ୍
୧୮୦.୩ ଷ୍ଟ୍ରାଇକ୍ ରେଟ୍, ୩ ଶତକ
୪୨ ଚୌକ, ୯୨ ଛକ୍କା
ଟି-୨୦ରେ ସୂର୍ଯ୍ୟଙ୍କ ସର୍ବଶ୍ରେଷ୍ଠ ସ୍କୋର୍-
୧୧୭ ବନାମ ଇଂଲଣ୍ଡ ୨୦୨୨
୧୧୨ ବନାମ ଶ୍ରୀଲଙ୍କା ୨୦୨୩
୧୧୧ ବନାମ ନ୍ୟୁଜିଲାଣ୍ଡ ୨୦୨୨
ଟି-୨୦ ଫର୍ମାଟ୍ରେ ହିନ୍ଦୁସ୍ତାନୀ ବ୍ୟାଟରଙ୍କ କମାଲ
ICC ନିକଟରେ ଫର୍ମ ଅଫ୍ ଦି ଇୟର ପୁରସ୍କାର ଘୋଷଣା କରିଥିଲା। ଯେଉଁଥିରେ ଭାରତର ୩ ଖେଳାଳି- ସୂର୍ଯ୍ୟ କୁମାର ଯାଦବ, ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ୍ ଥିଲେ। ସୂଚନା ଥାଉକି ପ୍ରଥମରୁ ଟି-୨୦ ଫର୍ମାଟ୍ରେ ଟିମ୍ ଇଣ୍ଡିଆ ନମ୍ବର ୱାନ୍ ସ୍ଥାନରେ ରହିଥିବା ବେଳେ ଏବେ ଦିନିକିଆ ସିରିଜ୍ରେ ନ୍ୟୁଜିଲାଣ୍ଡକୁ ୩-୦ରେ ହରାଇ ଦଳ ଏହି ଫର୍ମାଟ୍ରେ ବି ନମ୍ବର ୱାନ୍ ହୋଇଛି। କେବଳ ଟେଷ୍ଟରେ ନମ୍ବର ହେବା ବାକି ରହିଯାଇଛି। ଏହି ଫର୍ମାଟ୍ରେ ଅଷ୍ଟ୍ରେଲିଆ ନମ୍ବର ୱାନ୍ ପୋଜିସନ୍ରେ ରହିଥିବା ବେଳେ ଭାରତ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଇଂଲଣ୍ଡ ରହିଛି।