ଟିମ୍ ଇଣ୍ଡିଆର ଏହି ୨ ଜଣ ବ୍ୟକ୍ତି, କେବେ ବି ଗାଇ ନଥାନ୍ତି ଭାରତର ଜାତୀୟ ସଙ୍ଗୀତ

Published By : Prameya-News7 Bureau | January 23, 2025 IST

ନୂଆଦିଲ୍ଲୀ ୨୩।୦୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ । ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଉଭୟ ଦଳ କୋଲକାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ପଡିଆକୁ ଓହ୍ଲାଇଛନ୍ତି ।  ଅନ୍ତର୍ଜାତୀୟ କ୍ରିକେଟରେ ଟସ୍ ପରେ ଉଭୟ ଟିମ୍ ନିଜ ନିଜ ଜାତୀୟ ସଙ୍ଗୀତ ଗାଇବା ପାଇଁ ପଡ଼ିଆକୁ ଆସନ୍ତି ।

କୋଲକାତାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଜାତୀୟ ସଙ୍ଗୀତ ଗାନ ସମୟରେ ଦଳର ଖେଳାଳିମାନେ ପଡ଼ିଆରେ ଉପସ୍ଥିତ ରୁହନ୍ତି । ସେହିପରି କୋଚିଙ୍ଗ ଷ୍ଟାଫ୍  ଡଗ୍ ଆଉଟରେ ରୁହନ୍ତି । କିନ୍ତୁ ଟିମ୍ ଇଣ୍ଡିଆରେ ଦୁଇଜଣ ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନେ କେବେବି ଜାତୀୟ ସଙ୍ଗୀତ ଗାଇନଥାନ୍ତି ।

 ଭାରତର ଜାତୀୟ ସଙ୍ଗୀତ ଗାଇନଥିବା ଏହି ୨ଜଣ ହେଉଛନ୍ତି ବୋଲିଂ କୋଚ୍ ମୋର୍ନେ ମୋର୍କେଲ ଏବଂ ଆସିଷ୍ଟାଣ୍ଟ କୋଚ୍ ରୟାନ ଟେନ୍ ଡେଶକାଟେ । ବାସ୍ତବରେ ଏହି ୨ଜଣ କୋଚ୍ ହେଉଛନ୍ତି ବିଦେଶୀ । ଏହି କାରଣରୁ ସେମାନେ କେବଳ ଭାରତୀୟ ଜାତୀୟ ସଙ୍ଗୀତ ସମୟରେ ସମ୍ମାନ ପାଇଁ ଠିଆ ହୁଅନ୍ତି କିନ୍ତୁ ଗାଇନଥାନ୍ତି ।  

ରୟାନ ଟେନ୍ ଡେଶକାଟେ ଜଣେ ପୂର୍ବତନ ନେଦରଲ୍ୟାଣ୍ଡ କ୍ରିକେଟର । ଗୌତମ ଗମ୍ଭୀର ହେଡ୍ କୋଚ୍ ହେବା ପରେ ସେ ଟିମ୍ ଇଣ୍ଡିଆରେ ଯୋଗ ଦେଇଥିଲେ । ମୋର୍ନେ ମୋର୍କେଲ ପୂର୍ବତନ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର । ମୋର୍ନେ ମୋର୍କେଲ ଏବଂ ରୟାନ ଟେନ୍ ଡେଶକାଟେ ଗମ୍ଭୀରଙ୍କ ସହ ଆଇପିଏଲରେ କାମ କରି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.