ଇତିହାସ ରଚିଲେ ଅର୍ଶଦୀପ ସିଂ; ଏପରି କରିବାର ହେଲେ ପ୍ରଥମ ଭାରତୀୟ, ବୁମରା-ପାଣ୍ଡ୍ୟା ଅଛନ୍ତି ବହୁତ ପଛରେ…

Published By : Prameya-News7 Bureau | January 23, 2025 IST

ନୂଆଦିଲ୍ଲୀ ୨୩।୦୧: ଟିମ୍‌ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ଅର୍ଶଦୀପ ସିଂହ । ନିଜ ନାଁରେ କରିଛନ୍ତି ଐତିହାସିକ ରେକର୍ଡ । ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ହୋଇଛନ୍ତି ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର। ବୁଧବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍‌ରେ ସେ ଏହି ସଫଳତା ହାସଲ କରିଛନ୍ତି।

ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚ୍‌ରେ ଅର୍ଶଦୀପ ୨ଟି ୱିକେଟ୍ ନେଇ ଇତିହାସ ରଚିଛନ୍ତି । ସେ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର ହୋଇଯାଇଛନ୍ତି । ଏହି କ୍ଷେତ୍ରରେ ସେ ୟଜୁବେନ୍ଦ୍ର ଚହଲଙ୍କୁ ପଛରେ ପକାଇଛନ୍ତି । ଚହଲ ୮୦ଟି ମ୍ୟାଚ୍‌ରେ ନେଇଥିଲେ ୯୬ଟି ୱିକେଟ୍ । ଅର୍ଶଦୀପ ୬୧ତମ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି ।

ଏହି ରେକର୍ଡ ଦୃଷ୍ଟିରୁ ଦ୍ରୁତ ବୋଲର ଜସପ୍ରିତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାର ବହୁତ ପଛରେ ଅଛନ୍ତି । ଏବେ ଅର୍ଶଦୀପ ଐତିହାସିକ ଶତକର ହୋଇଛନ୍ତି ନିକଟତର । ଏହାର ଅର୍ଥ ହେଉଛି ସେ ଟି-୨୦ ଅନ୍ତର୍ଜାତୀୟରେ ୧୦୦ ୱିକେଟ୍ ନେବାର ବହୁତ ନିକଟତର । ଏପର୍ଯ୍ୟନ୍ତ କୌଣସି ଭାରତୀୟ ଏହି ସଫଳତା ହାସଲ କରିପାରି ନାହାନ୍ତି।

କୋଲକାତା ମ୍ୟାଚ୍‌ରେ ଅର୍ଶଦୀପ ସିଂହ ଇଂଲଣ୍ଡ ଟିମ୍‌ ଉପରେ ଭାରୀ ପଡିଥିଲେ । ସେ ପ୍ରଥମ ଓଭରରେ ହିଁ ଫିଲ୍ ସଲ୍ଟଙ୍କୁ ନିଜର ଶିକାର କରିଥିଲେ । ସଲ୍ଟ ୱିକେଟକିପର ସଞ୍ଜୁ ସାମସନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ।

ଏହା ପରେ ଇନିଂସର ତୃତୀୟ ଓଭରରେ ବେନ୍ ଡକେଟଙ୍କୁ ରିଙ୍କୁ ସିଂହ କରିଥିଲେ କ୍ୟାଚ୍ ଆଉଟ୍ । ଦ୍ୱିତୀୟ ୱିକେଟ୍ ନେଇ ଅର୍ଶଦୀପ ଏହି ଐତିହାସିକ ରେକର୍ଡ ନିଜ ନାଁରେ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.