‘ରେଡ୍-୨’ରେ ଠୁମକା ଲଗାଇବେ ତମନ୍ନା ଭାଟିଆ, ଫିଲ୍ମ ସେଟ୍‌ରୁ ଲିକ୍ ହେଲା ଡ୍ୟାନ୍ସ ଭିଡିଓ

Published By : Prameya-News7 Bureau | April 10, 2025 IST

ମୁମ୍ବାଇ ୧୦।୦୪: ତମନ୍ନା ଭାଟିଆଙ୍କର କିଛି ଲିକ୍‌ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏଥିରେ ଏକ ଗୀତରେ ତମନ୍ନାଙ୍କୁ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି।  ଗତ ମଙ୍ଗଳବାର ଅଜୟ ଦେବଗନଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ରେଡ୍‌-୨’ର ଟ୍ରେଲର୍‌ ରିଲିଜ୍‌  ହୋଇଛି । ଏଥିରେ ତମନ୍ନାଙ୍କ ଝଲକ୍‌ ଦେଖିବା ପରେ ତାଙ୍କର ଫଟୋ ଓ ଭିଡିଓ ଖବରର  ଶିରୋନାମା ହୋଇଛି । 

‘ରେଡ୍‌-୨’ରେ ତମନ୍ନା ଆଇଟମ୍‌ ଗୀତରେ ଡ୍ୟାନ୍ସ କରିଛନ୍ତି । ଫ୍ୟାନ୍‌ ଟ୍ରେଲର୍‌ରେ ଏହାର ଝଲକ୍‌ ଦେଖିଛନ୍ତି । ତାଙ୍କ ଗୀତ ସୁଟିଂ ବେଳର ଲିକ୍‌ ଭିଡିଓରେ ତମନ୍ନା ଧଳା ଓ ଗୋଲ୍ଡେନ୍‌ ପୋଷାକ ପିନ୍ଧିଛନ୍ତି । ସେ କ୍ୟାମେରାକୁ ପୋଜ୍‌ ଦେଉଥିବାବେଳେ ପଛରେ ନୃତ୍ୟଶିଳ୍ପୀମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । କେବଳ ଝଲକ୍‌ ନୁହେଁ, ପରଦାରେ ତମନ୍ନାଙ୍କୁ ଅଧିକ ଦେଖିବା ପାଇଁ ଫ୍ୟାନ୍‌ ଖୁବ୍‌ ଉତ୍ସାହିତ ଅଛନ୍ତି ।

ଫିଲ୍ମରେ ତମନ୍ନାଙ୍କ ସ୍ପେଶାଲ ଡାନ୍ସ ନମ୍ବର ନୂଆ ନୁହେଁ । ଅଭିନୟ ସହିତ ସେ ଅନେକ ସାଉଥ୍‌ ଗୀତରେ ନଜର ଆସିଛନ୍ତି । ପୂର୍ବ ତାଙ୍କର ‘କବାଲା’ ଏବଂ ବଲିଉଡ୍‌ ଫିଲ୍ମ ‘ସ୍ତ୍ରୀ-୨’ର ‘ଆଜ୍‌ କି ରାତ୍‌’ ଗୀତ  ଚାର୍ଟବଷ୍ଟର୍‌ ହୋଇଥିଲା । ତାଙ୍କ ଅପ୍‌କମିଙ୍ଗ ଫିଲ୍ମରେ ଅଛି ତେଲୁଗୁ ଫିଲ୍ମ ‘ଓଡେଲା-୨’ ।   ‘ରେଡ୍‌-୨’ ଆସନ୍ତା ମେ’ ୧ ତାରିଖରେ ମୁକ୍ତିଲାଭ କରିବ । ଏଥିରେ ଅଜୟ ଦେବଗନଙ୍କ  ସହ ରିତେଶ ଦେଶମୁଖ ଓ ବାଣୀ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.